କନକ ବ୍ୟୁରୋ: ନବମ ଓ ଦଶମ ଶ୍ରେଣୀ ପାଠପଢା ପାଇଁ ଆସିଲା ନୂଆ ସିଲାବସ୍ । ୨୦୨୨-୨୩ ଶିକ୍ଷାବର୍ଷରେ ଲାଗୁ ହେବ ନୂଆ କରିକୁଲମ୍ । ନୂଆ ବ୍ୟବସ୍ଥାରେ ପଢିବେ ନବମ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ସାମ୍ବାଦିକ ସମ୍ମିଳନୀ କରି ନୂଆ ଶିକ୍ଷା ପ୍ରଣାଳୀ ବିଷୟରେ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ଚଳିତ ବର୍ଷର ପାଠପଢା ଅଧାଅଧି ଆରମ୍ଭ ହୋଇ ଯାଇଥିବାରୁ ଏଥର କେବଳ ନବମ ଶ୍ରେଣୀରେ ଲାଗୁ ହେବ ଏହି ସିଲାବସ୍ । ଆଉ ଆସନ୍ତା ବର୍ଷ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଏହି ନୂଆ ସିଲାବସରେ ପାଠ ପଢିବେ ।

  • ଶିକ୍ଷା ବର୍ଷ ଅଧାରେ ଆସିଲା ନୂଆ ସିଲାବସ୍
  • ନବମ ଓ ଦଶମରେ ସାମିଲ ହେବ ନୂଆ ବିଷୟ

ଶିକ୍ଷା ବର୍ଷ ଅଧାରେ ମାଧ୍ୟମିକ ଶିକ୍ଷା ପରିଷଦ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ନବମ ଓ ଦଶମ ଶ୍ରେଣୀ ପାଇଁ ନୂଆ ସିଲାବସ୍ ଆଣିଛି ମାଧ୍ୟମିକ ଶିକ୍ଷା ପରିଷଦ । ଏନେଇ ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି । କୁହାଯାଇଛି, ନୂଆ ଶିକ୍ଷା ପ୍ରଣାଳୀରେ ପାଠ ପଢ଼ିବେ ନବମ ଓ ଦଶମ ଶ୍ରେଣୀର ପିଲା । ଛାତ୍ରଛାତ୍ରୀଙ୍କ ପାଠପଢା ସମେତ ଶାରୀରିକ ଅଭିବୃଦ୍ଧି ଏବଂ ସମ୍ପୂର୍ଣ୍ଣ ବିକାଶ ପାଇଁ ଆସ୍ପିରେସନାଲ କମ୍ପୋନେଂଟସ୍ ଜରିଆରେ ୪ଟି ଗ୍ରୁପ୍ ଜରିଆରେ ନୂଆ ବିଷୟରେ ପାଠ ପଢିବେ ଛାତ୍ରଛାତ୍ରୀ ।

ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ- କରିକୁଲାର ଆକ୍ଟିଭିଟିଜ୍, ବେସିକ୍ ଆଇଟି ସ୍କିଲକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି । 

  • ଗ୍ରୁପ୍-୧: ବୁକ୍ ରିଭ୍ୟୁରେ ବେଷ୍ଟ ସେଲର ବହି ପଢିବେ ଛାତ୍ରଛାତ୍ରୀ
  • ବହି ପଢି ସାରାଂଶ ଲେଖିବେ ଛାତ୍ରଛାତ୍ରୀ
  • ଗ୍ରୁପ୍-୨: ପ୍ରୋଜେକ୍ଟ ୱାର୍କ
  • ଗ୍ରୁପ୍-୩: କୋ-କରିକୁଲାର ଆକ୍ଟିଭିଟିଜ୍, ଯେଉଁଥିରେ ରହିବ ୭ଟି କ୍ୟାଟାଗୋରୀ
  • ଗ୍ରୁପ୍-୪: ବେସିକ୍ ଆଇଟି ସ୍କିଲ୍
  • ପ୍ରତ୍ୟେକ ବିଷୟ ପାଇଁ ରହିବ ୨୫ ମାର୍କ

ତେବେ ଚଳିତ ବର୍ଷର ପାଠପଢା ଅଧାଅଧି ହୋଇ ଯାଇଥିବାରୁ ଏଥର କେବଳ ନବମ ଶ୍ରେଣୀରେ ଲାଗୁ ହେବ ଏହି ସିଲାବସ୍ । ଅର୍ଥାତ ଚଳିତ ବର୍ଷ କେବଳ ନବମ ଶ୍ରେଣୀର ପିଲାମାନେ ନୂଆ ସିଲାବସରେ ପାଠ ପଢ଼ିବେ । ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପାଠ୍ୟକ୍ରମ ଲାଗୁ ହେବ ନାହିଁ । କିନ୍ତୁ ଆସନ୍ତା ବର୍ଷଠାରୁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଏହି ନୂଆ ସିଲାବସରେ ପାଠ ପଢିବେ ।

ଚାରୋଟି ପର୍ଯ୍ୟାୟରେ ଏହି ପରୀକ୍ଷା କରାଯିବ । ପ୍ରଥମ ତିନୋଟି ପର୍ଯ୍ୟାୟରେ ୫ମାର୍କ ଲେଖାଏଁ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବାବେଳେ ଶେଷ ପର୍ଯ୍ୟାୟରେ ୧୦ ମାର୍କ ପାଇଁ ପରୀକ୍ଷା କରାଯିବଏବଂ ଏହି ବିଷୟ ଗୁଡିକରେ ଛାତ୍ରଛାତ୍ରୀ ରଖିଥିବା ମାର୍କ ପ୍ରତିଶତ ଆଧାରରେ ଗ୍ରେଡ ପ୍ରଦାନ କରାଯିବ । ଏହି ଗ୍ରେଡ ହାଇସ୍କୁଲ ସାର୍ଟିଫିକେଟରେ ପ୍ରତିଫଳିତ ହେବ । ତେବେ ଛାତ୍ରଛାତ୍ରୀଙ୍କ ପାଇଁ ଏହା ବାଧ୍ୟତାମୂଳକ ବୋଲି ବୋର୍ଡ କହିଛି ।