ଚୀନରେ କରୋନା ଭୂତାଣୁର ନୂଆ ପ୍ରଜାତି ଚିହ୍ନଟ । ବାଦୁଡ଼ି ଦେହରେ ୨୪ଟି ପ୍ରକାର ନୂଆ ଭୂତାଣୁ ଚିହ୍ନଟ, ଏଥିରୁ ୪ଟି କରୋନା ଭୂତାଣୁ ଭଳି

575

କନକ ବ୍ୟୁରୋ: ଚୀନରେ କରୋନା ଭୂତାଣୁର ନୂଆ ପ୍ରଜାତି ଚିହ୍ନଟ ହୋଇଥିବାର ସୂଚନା ମିଳିଛି । ବାଦୁଡ଼ି ଦେହରେ ଏହି ନୂଆ ଭୂତାଣୁ ଚିହ୍ନଟ ହୋଇଥିବା ଆମେରିକାର ବିଭିନ୍ନ ଗଣମାଧ୍ରମରେ ପ୍ରକାଶ ପାଇଛି । ସେଲ ନାମ ଏକ ଜର୍ଣ୍ଣାଲରେ ଏନେଇ ଏକ ତଥ୍ୟ ପ୍ରକାଶ ପାଇଛି । ଜଣେ ସାନଡଙ୍ଗ ବିଶ୍ୱବିଦ୍ୟାଳୟର ଚୀନ୍ ବିଶେଷଜ୍ଞଙ୍କ କଥାକୁ ଉଦ୍ଧାର କରି ଏଥିରେ ଲେଖାଯାଇଛି ଯେ, ବାଦୁଡ଼ି ଦେହରେ ୨୪ଟି ପ୍ରକାଣ ନୂଆ ଭୂତାଣୁ ଚିହ୍ନଟ ହୋଇଛି, ଏହାମଧ୍ୟରୁ ୪ଟି ଭୂତାଣୁ କରୋନା ଭୂତାଣୁ ଭଳି ।

୨୦୧୯ ମେ ଓ ୨୦୨୦ ନଭେମ୍ବର ମଧ୍ୟରେ ବାଦୁଡ଼ିଙ୍କ ଠାରୁ ଏହି ନମୁନା ସଂଗ୍ରହ କରାଯାଇଥିଲା । କରୋନା ଭାଇରସ ଯୋଗୁଁ ସାରା ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ଏହାର ଉତ୍ପତି ସ୍ଥଳକୁ ନେଇ ଅଧିକ ଗବେଷଣା ପାଇଁ ଦାବି ବଢ଼ୁଛି । ଚୀନର ଉହାନରୁ ପ୍ରଥମେ କରୋନା ଭୂତାଣୁ ଚିହ୍ନଟ ହୋଇଥିବା କଥା ସାମ୍ନାକୁ ଆସିଥିଲା । ଏପରିକି ଚୀନ୍ ସରକାର ଜାଣିଶୁଣି କରୋନା ଭୂତାଣୁ ବାହାରକୁ ଛାଡ଼ିଥିଲେ ବୋଲି ମଧ୍ୟ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରିଥିଲେ ।

ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହାର ତଦନ୍ତରେ ଚୀନକୁ ଏକପ୍ରକାର କ୍ଲିନ ଚିଟ୍ ଦେଇଥିବା ବେଳେ ଏହାକୁ ଆମେରିକା ସମେତ ବିଭିନ୍ନ ଦେଶ ପ୍ରତ୍ୟାଖ୍ୟାନ କରିଛନ୍ତି । କରୋନା ଭୂତାଣୁ ଉତ୍ପତି ନେଇ ଅଧିକ ତଦନ୍ତ ପାଇଁ ଦାବି ବଢ଼ିଛି ।