ରୁଷ ପ୍ରତିରକ୍ଷାମନ୍ତ୍ରୀଙ୍କ ନୂଆ ବୟାନ: ଲକ୍ଷ୍ୟ ହାସଲ ଯାଏଁ ଚାଲିବ ଆକ୍ରମଣ

161

କନକ ବ୍ୟୁରୋ: ରୁଷ-ୟୁକ୍ରେନ ଯୁଦ୍ଧକୁ ପୁରିଛି ୯୧ ଦିନ । ଆକ୍ରମଣ କରିଚାଲିଛନ୍ତି ରୁଷ ସେନା,ଧ୍ୱଂସ ମୁହଁରେ ପୂରା ୟୁକ୍ରେନ । ଏହା ଭିତରେ ରୁଷ ପୁଣି ଥରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଓ କହିଛି ଯେଉଁ ପର୍ଯ୍ୟନ୍ତ ସେ ନିଜର ଲକ୍ଷ୍ୟ ପୂରା କରିନି ସେପର୍ଯ୍ୟନ୍ତ ଜାରି ରହିବ ସେନାକାର୍ଯ୍ୟାନୁଷ୍ଠାନ । ସେପଟେ ୟୁକ୍ରେନକୁ ଦେଇଥିବା ଆମେରିକାର ଶକ୍ତିଶାଳୀ ଯୁଦ୍ଧାସ୍ତ୍ରକୁ ନଷ୍ଟ କରି ୟୁକ୍ରେନ ଛାତିରେ ମାଡିଚାଲିଛି କ୍ରେମଲିନ ।

ସମସ୍ତ ଲକ୍ଷ୍ୟ ହାସଲ ହେବା ପର୍ଯ୍ୟନ୍ତ ୟୁକ୍ରେନରେ ରୁଷସେନାର ଆକ୍ରମଣ ଜାରି ରଖିବ ବୋଲି ସ୍ପଷ୍ଟ କରିଛନ୍ତି ପୁଟିନଙ୍କ ପ୍ରତିରକ୍ଷାମନ୍ତ୍ରୀ ସୋର୍ଗେଇ ସୋଇଗୁ । ନିରାପତା ରାଜିନାମା ସଂଗଠନର ପ୍ରତିରକ୍ଷା ମନ୍ତ୍ରୀ ପରିଷଧ ବୈଠକରେ ସୋଇଗୁ କହିଛନ୍ତି ଯେ ୟୁକ୍ରେନକୁ ପାଶ୍ଚାତ୍ୟ ଦେଶର ସହାୟତା ଓ ରୁଷ ଉପରେ କଟକଣା ଚାପ ସତ୍ୱେ ପୁଟିନ ବାହୀନୀ ନିଜ ଲକ୍ଷ୍ୟ ପଥରେ ଆଗଉଛନ୍ତି । ଯେଉଁପର୍ଯ୍ୟନ୍ତ ଲକ୍ଷ୍ୟହାସଲ ହୋଇନି ସେଯାଏଁ ଚାଲିବ ସ୍ୱତନ୍ତ୍ର ସାମରିକ ଅଭିଯାନ । ସେପଟେ ପୂର୍ବ ୟୁକ୍ରେନରେ ଘମାଘୋଟ ଆକ୍ରମଣ କରି ଡୋନବାସକୁ କବଜା କରିବା ଲକ୍ଷ୍ୟରେ ଆଗେଇଚାଲିଛି ରୁଷ ସେନା । ନଜର ପକାଇବା ଯୁଦ୍ଧକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଓ ତାଜା ଅପଡେଟ ଉପରେ:

.ପୂର୍ବ ୟୁକ୍ରେନରେ ରୁଷ କରୁଛି ଘନଘନ ଆକ୍ରମଣ
.ପୁଟିନବାହୀନୀ ଟାର୍ଗେଟରେ ଡୋନବାସ ସହର
.ଡୋନବାସକୁ ଚାରିପଟୁ ଘେରିଛି କ୍ରେମଲିନ
.ୟୁକ୍ରେନ ରାଷ୍ଟ୍ରପତିଙ୍କ ନୂଆ ଭିଡିଓ ବାର୍ତା ଜାରି
.ଜେଲେନସ୍କି କହିଲେ ଦୀର୍ଘଦିନ ଧରି ଚାଲିପାରେ ଯୁଦ୍ଧ
.ସହର ଉପରକୁ ଜୋରଦାର ଆକ୍ରମଣ କରୁଛି କ୍ରେମଲିନ
.ଖାରକିଭରେ ପୁଣି ଜୋରଦାର ଆକ୍ରମଣ ଆରମ୍ଭ
.ୟୁକ୍ରେନ ପାଖରେ ସରୁଛି ଅସ୍ତ୍ରଶସ୍ତ୍ର
.ପାଶ୍ଚାତ୍ୟ ଦେଶଙ୍କଠାରୁ ଜେଲେନସ୍କି ମାଗିଲେ ଅଧିକ ସହାୟତା
.ମାରିୟୁପୋଲର ଏକ ଆପାର୍ଟମେଂଟରୁ ୨୫୦ ଶବ ଉଦ୍ଧାର

ୟୁକ୍ରେନରେ ନରସଂହାର କରୁଥିବା ଅଭିଯୋଗ ଆସିବା ପରେ ରୁଷ ନିଜ ସଫେଇ ରଖିଛି । ରୁଷ ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ସାଧାରଣ ନାଗରିକଙ୍କ ମୃତ୍ୟୁକୁ ଏଡାଇବା ପାଇଁ ରୁଷ ୟୁକ୍ରେନରେ ସାମୟୀକ ଅସ୍ତ୍ରବିରତି ଘୋଷଣା କରୁଛି । ଯାହା ଫଳରେ ସାଧାରଣ ନାଗରୀକ ମାନବୀୟ ଦ୍ୱାରା ଆକ୍ରମଣ ସ୍ଥଳରୁ ଉଦ୍ଧାର ହୋଇ ପାରୁଛନ୍ତି ।

ମାସ ଧରି ଯୁଦ୍ଧ ଜାରି ରହିଥିବାବେଳେ ଆମେରିକାର ବିଶିଷ୍ଟ ନିବେଶକ ଜର୍ଜ ସୋରୋସ ଯୁଦ୍ଧକୁ ନେଇ ବଡ ବୟାନ ରଖିଛନ୍ତି । ଏହି ଯୁଦ୍ଧ କ୍ରମଶ ତୃତୀୟ ବିଶ୍ୱଯୁଦ୍ଧର ରୂପ ନେଇପାରେ ଓ ଯଦି ଏହା ସତ ହୁଏ ତେବେ ପୂରା ବିଶ୍ୱ ପାଇଁ ଏହା ବଡ ବିପତ୍ତି ଆଣିବ । ଯୁଦ୍ଧ ବାବଦରେ ପୁଟିନ ଚୀନକୁ ପୂର୍ବରୁ ସୂଚନା ଦେଇଥିବା ମଧ୍ୟ ସେ ଦାବି କରିଛନ୍ତି ।

ଗୋଟେ ପଟେ ୟୁକ୍ରେନ ପାଖରୁ ହତିଆର ସରି ଆସୁଥିବାବେଳେ ଅନ୍ୟପଟେ ଆମେରିକାର ଶକ୍ତିଶାଳୀ ଏମ ଟ୍ରିପଲ ସେଭେନକୁ ଧ୍ୱଂସ କରିଛି ପୁଟିନଙ୍କ ଜିଆଂଟ ଏସ-୧୫୨ । ରୁଷ ସହ ଲଢିବା ପାଇଁ ଆମେରିକା କିଛି ଦିନ ପୂର୍ବରୁ ଏହି ଶକ୍ତିଶାଳୀ ଯୁଦ୍ଧାସ୍ତ୍ର ୟୁକ୍ରେନକୁ ଦେଇଥିଲା ।ଏବେ ସମସ୍ତଙ୍କ ନଜର ଆଗକୁ ଜେଲେନସ୍କିଙ୍କ ନୂଆ ରଣନୀତି କଣ ହେବ?