କନକ ବ୍ୟୁରୋ: ଓଡିଶା ହେଲା ଷ୍ଟାର୍ଟ ଅପ୍ ଲିଡର । ଜାତୀୟ ସ୍ତରରେ ଓଡିଶାକୁ ମିଳିଛି ଷ୍ଟାର୍ଟ ଅପ୍ ଲିଡର ସମ୍ମାନ । ୨୦୧୯ ମସିହା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ଷ୍ଟାର୍ଟ ଅପ୍ ର୍ୟାଙ୍କିଂରେ ରାଜ୍ୟକୁ ଏହି ସଫଳତା ମିଳିଛି । ଏହା ମଧ୍ୟରେ ରାଜ୍ୟରେ ଷ୍ଟାର୍ଟ୍ ଅପ ସଂଖ୍ୟା ୭୭୪କୁ ବୃଦ୍ଧି ହୋଇଛି । ଏଥିରେ ୬ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିପାରିଛି । ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଷ୍ଟାର୍ଟ ଅପ୍ ପରିଷଦ ବୈଠକରୁ ଏହା ଜଣାପଡିଛି । ଏହି ବୈଠକରେ ରାଜ୍ୟରେ ଷ୍ଟାର୍ଟ ଅପ୍ ପରିବେଶକୁ ଅଧିକ ସକ୍ରିୟ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ୪ଟି ଇନକୁବେଟର ଓ ୫ଟି ଷ୍ଟାର୍ଟଅପକୁ ଆର୍ଥିକ ସହାୟତା ନେଇ ନିଷ୍ପତି ହୋଇଛି । ଏହି ସଂସ୍ଥା ଗୁଡିକୁ ବିଭିନ୍ନ ପ୍ରକାରରେ ୨ କୋଟି ୮୮ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ ।
ଓଡିଶା ହେଲା ଷ୍ଟାର୍ଟ ଅପ୍ ଲିଡର । ଜାତୀୟ ସ୍ତରରେ ଓଡିଶାକୁ ମିଳିଲା ଷ୍ଟାର୍ଟ ଅପ୍ ଲିଡର ସମ୍ମାନ ।
/kanak/media/post_attachments/wp-content/uploads/2020/11/fdd317d6-a1dd-4536-9d37-169289b68d08.jpg)