କନକ ବ୍ୟୁରୋ : ରାଜ୍ୟରେ ଡେଙ୍ଗୁ ବଢିବା ପଛରେ ମଶାର ନୂଆ ପ୍ରଜାତି । ଏଥର କେବଳ ଦିନରେ ନୁହେଁ ସନ୍ଧ୍ୟାରେ ବି ଡେଙ୍ଗୁ ମଶା କାମୁଡିଲେ ଆପଣଙ୍କୁ ହୋଇପାରେ ଡେଙ୍ଗୁ । ଭୁବନେଶ୍ୱର ସମେତ ରାଜ୍ୟରେ ଡେଙ୍ଗୁ ଜ୍ୱର ବଢୁଥିବାବେଳେ ଏବେ ଏହି ଡେଙ୍ଗୁ ମଶାର ନୂଆ ପ୍ରଜାତି ସମସ୍ତଙ୍କ ଚିନ୍ତା ବଢାଇଦେଇଛି

Kanak News is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ ଏଡିଶ ମଶା ଡେଙ୍ଗୁର ରୋଗର କାରଣ ଥିଲା । ଏବେ ଆଲବୋପିକ୍ଟସ ପ୍ରଜାତିର ମଶା ଡେଙ୍ଗୁ ଜ୍ୱର ସୃଷ୍ଟି କରିପାରୁଛି । ଏହାକୁ ବାଘୁଆ ମଶା ବି କୁହାଯାଏ । ରାଜ୍ୟରେ ଏଡିଶ ମଶାର ୩ଟି ପ୍ରଜାତି ରହିଥିଲା । ଏଥିମଧ୍ୟରୁ ଏବେ ଆଲବୋପିକ୍ଟସ ପ୍ରଜାତିର ମଶା ଅଧିକ ପ୍ରଭାବ ବିସ୍ତାର କରିବାରେ ଲାଗିଛି ।
-ସହରାଂଚଳରେ ଅଧିକ ବଂଶବିସ୍ତାର କରୁଛି ଆଲବୋପିକ୍ଟସ
-ପାଣି ଜମିଥିବା ସ୍ଥାନ ଓ ସନ୍ତସନ୍ତିଆ ସ୍ଥାନରେ ଏହି ମଶା ଅଧିକ ଦେଖାଯାଇଥାଏ
– ସକାଳ ଓ ସନ୍ଧ୍ୟାରେ ଆଲବୋପିକ୍ଟସ ମଶା କାମୁଡିଥାନ୍ତି
-ଗ୍ରାମାଂଚଳ ଓ ସହରତଳି ଅଞ୍ଚଳରେ ଆଲବୋପିକ୍ଟସ ଅଧିକ ଦେଖିବାକୁ ମିଳିଥାଏ
ଆଲବୋପିକ୍ଟସ ମଶା ଡେଙ୍ଗୁ ସହ ଚିକେନ ଗୁନିଆ ରୋଗର କାରଣ ହୋଇଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।
କିଛି ଅଂଚଳରେ ଆଲବୋପିକ୍ଟସର ମାତ୍ରା ଅଧିକ ରହିବା କାରଣରୁ ସେ ସବୁ ଅଂଚଳ ଡେଙ୍ଗୁର ହଟସ୍ପଟ ପାଲଟିଛି । ବିଶେଷକରି ଜଳବାୟୁ ପରିବରତ୍ତନ ଯୋଗୁଁ ମଶାଙ୍କ ଏଭଳି ବଂଶବିସ୍ତାର ହେଉଛି । ତେବେ ଏହି ମଶାଙ୍କ ଶରୀରରେ ମ୍ୟୁଟେସନ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଏ ନେଇ ଅଧିକ ଗବେଷଣା ଓ ଅନୁଧ୍ୟାନ ଜାରି ରହିଛି । ଏଡିଶ ମଶାଙ୍କ ଶାରୀରିକ ଗଠନରେ ବି ପରିବର୍ତନ ହେଇଛି । ପୂର୍ବରୁ ଆଲବୋପିକ୍ଟସର ଯେଉଁ ଆକାର ଥିଲା ତାହା ହ୍ରାସ ପାଇଛି । ଏହି ମଶା ଏବେ ଦିନ ସହ ସନ୍ଧ୍ୟାରେ ବି କାମୁଡୁଥିବାରୁ ମଶାରୀ ଟାଙ୍ଗି ଶୋଇବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ।
ରାଜ୍ୟରେ ଏବେ ଡେଙ୍ଗୁ ନମୁନା ପରୀକ୍ଷା ୧ ଲକ୍ଷ ପାର କରିଛି । ସେଥିମଧ୍ୟରୁ ୭ ହଜାରରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।