କନକ ବ୍ୟୁରୋ: ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହୋଇଛନ୍ତି ରଣପୁର ବିଧାୟିକା ସୁରମା ପାଢ଼ୀ । ସର୍ବସମ୍ମତି କ୍ରମେ ସୁରମା ପାଢୀ ବାଚସ୍ପତି ନିର୍ବାଚିତ ହୋଇଛନ୍ତି । ବାଚସ୍ପତି ଭାବେ ଦାୟିତ୍ୱ ନେବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ସବୁ ଦଳର ବିଧାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦାୟିତ୍ୱ ନେବା ପରେ ସୁରମା କହିଛନ୍ତି, ବାଚସ୍ପତି ପଦର ମର୍ଯ୍ୟାଦା ଓ ଗରିମା ବଜାୟ ରଖିବେ ।

Advertisment

ପରମ୍ପରା ଓ ସଂସ୍କାରର ଏକ ନିଆରା ମିଶ୍ରଣ ଦେଖିଥିଲା ଓଡ଼ିଶା ବିଧାନସଭା । ନୂଆ ବାଚସ୍ପତି ଶପଥ ନେବା ପୂର୍ବରୁ ଯେତେବେଳେ ପୋଡ଼ିଅମ୍ ପାଖୁ ଯିବା ପାଇଁ ଛିଡ଼ା ହେଉଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ଓ ପ୍ରଭାତୀ ପରିଡ଼ାଙ୍କ ସହ ବିିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ କଂଗ୍ରେସ ବିଧାୟକ ତାରା ବାହିନୀପତି, ମ୍ୟାଡମ୍ ସ୍ପିକରଙ୍କୁ ପାଛୋଟି ନେଇଥିଲେ । ଏହି ନଥିଲା ଦଳୀୟ ଭେଦ ନା’ ଥିଲା ପଦ ପଦବୀର ଭିନ୍ନତା । ଗଣତନ୍ତ୍ରର ମନ୍ଦିରରେ ଗାରିମା ବଜାୟ ରଖିବା ପାଇଁ ସମସ୍ତେ ଯେମିତି ଆଗଭର ଥିଲେ । କୁହାଯାଏ, ବାଚସ୍ପତି ହେଉଛନ୍ତି ପବିତ୍ର ବିଧାନସଭା ଗୃହର ବିଚାରପତି । ତାଙ୍କ ପାଖରେ ଶାସକ ଓ ବିରୋଧୀ ସମସ୍ତେ ସମାନ । ଭେଦଭାବର ନକରି ନରପେକ୍ଷତା ଚାଳଇବାର ଦାୟୀତ୍ୱ । ଆଉ ସେଇ ମହାନ ଦାୟିୀତ୍ୱ ନେବା ପୂର୍ବରୁ ପୋଡ଼ିକୁ ଦୁଇ ହାତ ଯୋଡ଼ି ନମସ୍କାର କରି ଏହି ଆସନରେ ବସିଥିଲେ ସୁରମା ପାଢ଼ୀ । ଭାଷଣ ଦେଉଦେଉ ଭାବବିହ୍ୱଳ ହୋଇପଡିଥିଲେ ବାଚସ୍ପତି । ସାଧାରଣ ପରିବାରରୁ ଆସି କେମିତି ସଂଘର୍ଷର ଗୋଟିଏ ଗୋଟିଏ ସୋପାନ ଚଢ଼ି ଏହି ସ୍ଥାନରେ ପହିଚଂଛନ୍ତି ତାହା କହିଥିଲେ । ଆଉ ପୁରା ଧ୍ୟାନର ସହ ଶୁଶିଥିଲା ପୁରା ଗୃହ ।

ବାଚସ୍ପତି ଦାୟୀତ୍ୱ ଭିତରେ ଆଗକୁ ରହିଛି ବଜେଟ୍ ଅଧିବେଶନ କେମିତି ଦାୟୀତ୍ୱ ନିର୍ଭାହ କରିବେ ତାହା ସବୁଠାରୁ ବଡ଼ ଆହ୍ୱାନ ।
ଆହ୍ୱାନ-୧
-ମଜବୁତ ବିରୋଧୀ: ନିରପେକ୍ଷତା ସହ ଗୃହ ପରିଚାଳନା କରିବା
ଆହ୍ୱାନ-୨
- ୮୨ ନୂଆ ବିଧାୟକ: ନୂଆ ପୁରୁଣା ବିଧାୟକଙ୍କ ଭିତରେ ସମନ୍ୱୟ ରକ୍ଷା କରିବା
ଆହ୍ୱାନ-୩
- ନୂଆ ସରକାର ନୂଆ ସଂସ୍କାର: ବିଧାନସଭାରେ ନୂଆ ନୂଆ ସଂସ୍କାରମୂଳକ ନିଷ୍ପତି ନେବା