ବିଦେଶ ଫେରନ୍ତାଙ୍କ ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ନୂଆ ଏସଓପି । ଲକ୍ଷଣ ଥିବା ୫୫ବର୍ଷରୁ ଅଧିକ ଯାତ୍ରୀଙ୍କ ଆଣ୍ଟିଜେନ ଟେଷ୍ଟ ବାଧ୍ୟତାମୂଳକ

ବିଦେଶ ଫେରନ୍ତା ଯାତ୍ରୀଙ୍କ ସଂପର୍କରେ ସୂଚନା ଦେବାକୁ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ନିର୍ଦେଶ

121

କନକ ବ୍ୟୁରୋ: କରୋନା ନୂଆ ଷ୍ଟ୍ରେନକୁ ନେଇ ରାଜ୍ୟସରକାରଙ୍କ ପକ୍ଷରୁ ସତର୍କତା ।  ବିଦେଶ ଫେରନ୍ତାଙ୍କ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ନୂଆ ଏସଓପି ଜାରି କରାଯାଇଛି ।  ବିଦେଶ ଫେରନ୍ତାଙ୍କ ଯାତ୍ରୀଙ୍କ ସଂପର୍କରେ ସୂଚନା ପାଇଁ  ସମସ୍ତ ବିମାନ ସେବା ପ୍ରଦାନ କାରୀ ସଂସ୍ଥାକୁ ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।  ବିମାନବନ୍ଦର ଟର୍ମିନାଲ ପରିସରରେ  ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ  ସ୍ୱତନ୍ତ୍ର କିଓସ୍କରେ ଯାତ୍ରୀଙ୍କ ଯାଂଚ କରାଯାଉଛି ।

ବର୍ତମାନ  ଭୁବନେଶ୍ୱରକୁ  ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ ଅଛି ।  ପ୍ରତ୍ୟେକ ଦିନ ପ୍ରାୟ ୨୭ଟି ବିମାନ ଆସୁଛି  ଓ ୨୭ଟି ବିମାନ ଭୁବନେଶ୍ୱରରୁୁ ଯାଉଛି । ଲକ୍ଷଣ ଥିବା ୫୫ ବର୍ଷରୁ ଅଧିକ ସମସ୍ତ ଯାତ୍ରୀଙ୍କ ଆଟିଂଜେନ ଟେଷ୍ଟ ବାଧ୍ୟତାମୂଳକ ବୋଲି ଭୁବନେଶ୍ୱର ବିମାନବନ୍ଦର କାର୍ଯ୍ୟକାରୀ  ନିର୍ଦ୍ଦେଶକ ଗୌତମ ରାୟଙ୍କ କହିଛନ୍ତି ।