କନକ ବ୍ୟୁରୋ: ଜଗା ଦର୍ଶନ ପାଇଁ କୋହଳ ହେଇଛି ଶ୍ରୀମନ୍ଦିର କଟକଣା । ଏଣିକି ସପ୍ତାହକୁ ୬ ଦିନ କାଳିଆ ଦର୍ଶନ କରିପାରିବେ ଭକ୍ତ । ସାନିଟାଇଜ୍ ପାଇଁ କେବଳ ରବିବାରକୁ ଛାଡିଦେଲେ ଅନ୍ୟ ସବୁଦିନ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲାରହିବ । ତେବେ ଆସନ୍ତା ୧୩ ତାରିଖରୁ ଏହି ଗାଇଡଲାଇନ୍ ଶ୍ରୀମନ୍ଦିରରେ ପାଳନ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଆସନ୍ତା ଗଣେଶ ପୂଜା ଦିନ ଶୁକ୍ରବାର ଥିଲେ ମଧ୍ୟ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ତା ପର ଦୁଇ ଦିନ ଅର୍ଥାତ ଶନିବାର ଓ ରବିବାର ମଧ୍ୟ ପୂର୍ବ ନିୟମ ମୁତାବକ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ଏହାପରଠାରୁ ଶ୍ରୀମନ୍ଦିରରେ ନୂଆ ଏସଓପି ଲାଗୁ କରାଯିବ । ୧୩ ତାରିଖ ପରଠାରୁ ପ୍ରତି ରବିବାର କେବଳ ଶ୍ରୀମନ୍ଦିର ବନ୍ଦ ରହିବ । ଅନ୍ୟପଟେ ଶ୍ରୀମନ୍ଦିରରେ ଦର୍ଶନ ଅବଧି ମଧ୍ୟ ଭକ୍ତଙ୍କ ପାଇଁ ବଢାଇ ଦିଆଯାଇଛି । ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ବଦଳରେ ରାତି ୯ଟା ଯାଏଁ କାଳିଆ ଦର୍ଶନ କରିପାରିବେ ଭକ୍ତ । ସଂକ୍ରମଣ କମୁଥିବା ଦେଖି ଦର୍ଶନ ଅବଧିକୁ ଆହୁରି ୨ ଘଣ୍ଟା ବଢାଇଦିଆଯାଇଛି ।
ଶ୍ରୀମନ୍ଦିରରେ ୧୩ରୁ ନୂଆ ଏସଓପି ଲାଗୁ
ଶୁକ୍ରବାର ଦିନ ଗଣେଶ ପୂଜା ପାଇଁ ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ
ଶନିବାର ଓ ରବିବାର ଶ୍ରୀଜୀଉଙ୍କ ଦର୍ଶନ କରିପାରିବେନି ଭକ୍ତ
୧୩ ତାରିଖରୁ ନୂଆ ଏସଓପି ଅନୁଯାୟୀ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଗଲା ସୂଚନା#ShreeJagannathTemple#Puri#KanakNewspic.twitter.com/XDs6c3CGSL— Kanak News (@kanak_news) September 8, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/Puri-Jagannath-Temple-1-750x430-1.jpg)