୨୦ ଜିଲ୍ଲାରେ ବସ ଚଳାଚଳ ଅନୁମତି ପରେ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା : ଆରଟିଓ ଏବଂ ବସ୍ ସଂଘଗୁଡିକୁ ଦିଆଯିବ ଗାଇଡଲାଇନ୍

726

କନକ ବ୍ୟୁରୋ : ୨୦ଟି ଜିଲ୍ଲା ଭିତରେ ବସ ଚଳାଚଳ ନେଇ ଅନୁମତି ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି ଜିଲ୍ଲା ଭିତରେ ବସ ଚଳାଚଳ ପାଇଁ ଆସିବ ଗାଇଡଲାଇନ୍ । ପରିବହନ ବିଭାଗ ତରଫୁରୁ ଆରଟିଓ ଏବଂ ବସ ସଂଘ ଗୁଡିକୁ ଗାଇଡଲାଇନ ଦିଆଯିବ । ବସ୍ ସିଟ୍ ଅନୁସାରେ ଲୋକ ବସିବେ, ମାସ୍କ ବାଧ୍ୟତାମୂଳକ କରାଯିବ । ଏହା ସହ ବସକୁ ସବୁଦିନ ସାନିଟାଇଜ କରାଯିବ ।

ତେବେ କାଟାଗୋରୀ-ଏ ଜିଲ୍ଲାରେ ବସ ଚଳାଚଳ ପାଇଁ ଅନୁମତି ମିଳିଛି । କେବଳ ଜିଲ୍ଲା-ଜିଲ୍ଲା ଭିତରେ ବସ ଚଳାଚଳ ପାଇଁ ଅନୁମତି ମିଳିଲା । ବସରେ ଯେତିକି ସିଟ ଅଛି ସେତିକି ଯାତ୍ରୀ ଯାଇପାରିବେ । ସେହିପରି ଟ୍ୟାକ୍ସି, ଅଟୋରିକ୍ସା ଚଳାଚଳ ପାଇଁ କାଟାଗୋରୀ-ଏ ଜିଲ୍ଲାରେ ଅନୁମତି ମିଳିଛି । ଚାଳକ ସହ ସର୍ବାଧିକ ୨ ଜଣ ଯାତ୍ରୀ ଗସ୍ତ କରିପାରିବେ । ସେହିପରି କାଟାଗୋରୀ-ବି ଜିଲ୍ଲାରେ ବସ ଚଳାଚଳ କରିବ ନାହିଁ ।

କାଟାଗୋରୀ-ଏ

ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା 

କାଟାଗୋରୀ-ବି

ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ