ରିଲିଜ ହେଲା ବଲିଉଡ ଅପକମିଙ୍ଗ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ଆଉ ଏକ ଗୀତ ‘ହିର ରାଂଝଣା’ । ଗୀତରେ ପାରମ୍ପରିକ ରାଜସ୍ଥାନୀ ପରିଧାନ ପିିନ୍ଧି ଏକ ନୂଆ ଲୁକରେ ନଜର ଆସିଛନ୍ତି ଅକ୍ଷୟ କୁମାର । ସେହିପରି ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ ମଧ୍ୟ ନିଆରା ଆନ୍ଦାଜରେ ଦଶର୍କଙ୍କ ମନ ଜିଣିଛନ୍ତି । ଗୀତରେ ଅକ୍ଷୟ ଓ ଜ୍ୟାକଲିନଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେସ ପସନ୍ଦ ଆସିଛି । ଏଥିରେ ବଲିଉଡର ଲୋକପ୍ରିୟ ସିଙ୍ଗର ଅରିଜିତ ସିଂ ଓ ଶ୍ରେୟା ଘୋଷାଲଙ୍କ ଚମକ୍ରାର ସ୍ୱର ଶୁଣିବାକୁ ମିଳିଛି ।

Advertisment

ହିର ରାଂଝଣା ଟାଇଟଲରେ ରିଲିଜ ହୋଇଥିବା ଏହି ଗୀତଟି ଏବେ ଯୁବପିଢୀଙ୍କ ପସନ୍ଦ ପାଲଟିଛି । ଫିଲ୍ମ ବଚ୍ଚନ ପାଣ୍ଡେରେ ଏକ ଗ୍ୟାଙ୍ଗଷ୍ଟାର ଭୂମିକାରେ ନଜର ଆସିବେ ଅଭିନେତା ଅକ୍ଷୟ କୁମାର । ଅମାଲ ମଲ୍ଲିକ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଫରହାଦ ସାମଜି । ପ୍ରଯୋଜନା ଦେଇଛନ୍ତି ସାଜିଦ ନାଡିଆଡୱାଲା । ମାର୍ଚ୍ଚ ୧୮ରେ ବଡ ପରଦାରେ ଏହି ସିନେମା ରିଲିଜ ହେବ । ହୋଲି ଅବସରରେ ରିଲିଜ ହେବାକୁ ଥିବା ଖିଲାଡି କୁମାରଙ୍କ ଏହି ଫିଲ୍ମକୁ ଦେଖିବାପାଇଁ ଦଶର୍କଙ୍କ ମଧ୍ୟରେ ଉତ୍ସାହ ରହିଛି