ଆସନ୍ତାକାଲିଠୁ ଭୁବନେଶ୍ୱରରେ ଟିକାକରଣ ପାଇଁ ମିଳିବ ସ୍ଲଟ୍ । ଦେଖନ୍ତୁ, କେଉଁ କେଉଁ ତାରିଖରେ ମିଳିିବ ସ୍ଲଟ୍...

ଆସନ୍ତାକାଲି ଭୁବନେଶ୍ୱରରେ ବନ୍ଦ ରହିବ ଟିକାକରଣ । ୨୬ ତାରିଖରେ ଟିକା ନେବାକୁ ଥିବା ବ୍ୟକ୍ତି ୨୯ ତାରିଖରେ ନେବେ ଭ୍ୟାକ୍ସିନ୍ ।

କନକ ବ୍ୟୁରୋ: କୋଭିଡ୍ ବିପକ୍ଷ ଯୁଦ୍ଧରେ ଏବେ ଟିକାକରଣକୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏପରି ସ୍ଥିତିରେ ଆମ ରାଜ୍ୟରେ ମଧ୍ୟ ୧୮-୪୪ ବୟସ୍କ ଲୋକଙ୍କ ଟିକାକରଣ ଆରମ୍ଭ ହୋଇଛି । ତେବେ ଆସନ୍ତାକାଲିଠୁ ଭୁବନେଶ୍ୱରରେ ପୁଣି ଟିକାକରଣ ପାଇଁ ସ୍ଲଟ୍ ମିଳିବ ବୋଲି ବିଏମସି ଟୁଇଟ୍ କରି ସୂଚନା ଦେଇଛି ।

ବିଏମସିର ସୂଚନା ମୁତାବକ, ଆସନ୍ତା ୨୮ ଏବଂ ୨୯ ତାରିଖରେ ୧୮ରୁ ୪୪ ବର୍ଷ ବୟସ୍କ ଲୋକଙ୍କ ପାଇଁ ସ୍ଲଟ୍ ଉପଲବ୍ଧ ରହିବ । ଲୋକମାନେ ନିଜ ପାଇଁ ସ୍ଲୁଟ୍ ବୁକିଂ କରି ଟିକାନେଇପାରିବେ ।  ତା ସହିତ ମେ ୩୧ ତାରିଖ ଏବଂ ଜୁନ୍ ୧ ତାରିଖ ମଧ୍ୟ ଉଭୟ ୧୮ରୁ ୪୪ ବର୍ଷୀୟ ଏବଂ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ନୂଆ ସ୍ଲଟ୍ ଉପଲବ୍ଧ ହେବ । ଯେଉଁମାନେ ଏଯାବତ ଟିକା ନେଇନାହାନ୍ତି ସେମାନେ ସ୍ଲଟ୍ ବୁକ୍ କରି ଟିକା ନେଇପାରିବେ ବୋଲି କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe