ବିଜେପିର ଜାତୀୟ କାର୍ଯ୍ୟକାରିଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆନାରା ! ‘ଅଜେୟ ଭାରତ ଅଟଳ ବିଜେପି’ ।

40

କନକ ବ୍ୟୁରୋ : ଦିଲ୍ଲୀରେ ଅନୁଷ୍ଠିତ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ବିଜେପି କର୍ମକର୍ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଅଜୟ ଭାରତ ଅଟଳ ବିଜେପି’ର ସ୍ଲୋଗାନ ଦେଇଛନ୍ତି । ସବକା ସାଥ ସବକା ବିକାଶର ସଫଳତା କଥା ଦୋହରାଇଛନ୍ତି ମୋଦି । କେନ୍ଦ୍ର ସରକାରଙ୍କ ବିଭିନ୍ନ ପଲିସି ଏବଂ କାର୍ଯ୍ୟଦକ୍ଷତା ଉପରେ ଆଲୋଚନା ପାଇଁ ଆମେ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଶ ଦୃଢତାର ସହ କହିଛନ୍ତି । କଂଗ୍ରେସକୁ ଟାର୍ଗେଟ୍ କରି ମୋଦି କହିଛନ୍ତି, ଛୋଟ ଛୋଟ ଦଳ ମାନେ ମଧ୍ୟ କଂଗ୍ରେସର ନେତୃତ୍ୱକୁ ଗ୍ରହଣ କରୁନାହାଁନ୍ତି ।

ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଗଲା ୪୮ବର୍ଷରେ କଂଗ୍ରେସ ସରକାର ଯାହା ହାସଲ କରିନଥିଲା ଗତ ୪୮ ସପ୍ତାହ ମଧ୍ୟରେ ବିଜେପି ସରକାର ତାହା ହାସଲ କରି ଦେଖାଇଛି । ୨୦୧୯ ନିର୍ବାଚନରେ ବିଜେପି ଜିତିବ ଏବଂ ଆଗାମୀ ୫୦ବର୍ଷ ପାଇଁ ଦଳ କୌଣସି ଚ୍ୟାଲେଂଜର ସାମ୍ନା କରିବ ନାହିଁ ବୋଲି ମୋଦିଙ୍କ ନାଁ ନେଇ ରବିଶଙ୍କର ଏହା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ୨୦୧୪ ପରଠାରୁ ଦଳ ବିଶ୍ରାମ ନେଇନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୦୦ଲୋକସଭା ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରିଛନ୍ତି । ଦେଶର ୨୨କୋଟି ପରିବାର ପାଖରେ ମୋଦି ସରକାର ପହଂଚିବେ ବୋଲି କହିଛନ୍ତି ରବିଶଙ୍କର ।