ଆସିଲା ସଂଶୋଧିତ ଗାଇଡଲାଇନ୍: ସଟଡାଉନରେ ଗଣମାଧ୍ୟମକୁ ଅନୁମତି; ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ୍ ବୟସ୍କ ପିଲା ଜୁଲାଇ ୩୧ ଯାଏଁ ବାହାରକୁ ବାହାରିବା ମନା

Advertisment
ଆସିଲା ସଂଶୋଧିତ ଗାଇଡଲାଇନ୍: ସଟଡାଉନରେ ଗଣମାଧ୍ୟମକୁ ଅନୁମତି; ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ୍ ବୟସ୍କ ପିଲା ଜୁଲାଇ ୩୧ ଯାଏଁ ବାହାରକୁ ବାହାରିବା ମନା

କନକ ବ୍ୟୁରୋ: କରୋନା ଲକଡାଉନର ପଞ୍ଚମ ପର୍ଯ୍ୟାୟ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ କି କି କଟକଣା ରହିବ ଓ କ’ଣ କୋହଳ ହେବ, ସେ ନେଇ ସ୍ବତନ୍ତ୍ର ରିଲିଫ୍ କମିସନ୍ ଗାଇଡ୍ଲାଇନ୍ ଜାରି କରିଥିଲେ। ଗତକାଲି ସେହି ଗାଇଡଲାଇନରେ କିଛିଟା ସଂଶୋଧନ କରାଯାଇଛି। ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସ୍କୁଲ୍, କଲେଜ ବନ୍ଦ ରଖିବାକୁ ସରକାର ଗତକାଲି ଘୋଷଣା କରିଥିଲେ।

ତେବେ ଏହି ସମୟ ମଧ୍ୟରେ ଯେ କୌଣସି ପରୀକ୍ଷା କରାଯାଇପାରିବ ବୋଲି ଆଜି ସୂଚନା ଦିଆଯାଇଛି। ଜୁନ୍ ୩୦ ତାରିଖ ଯାଏ ୧୧ଟି ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟ୍ଡାଉନ୍ କରାଯିବ। ଏହି ସମୟରେ ଉଭୟ ପ୍ରିଣ୍ଟ୍ ଓ ଇଲେକ୍ଟ୍ରୋନିକ୍ସ ମିଡିଆ ସ୍ବାଭାବିକ ଭାବେ ଚାଲିବ ବୋଲି କୁହାଯାଇଛି। ଖବରକାଗଜ ଅତ୍ୟାବଶ୍ୟକ ସେବାରେ ଅନ୍ତର୍ଭୁକ୍ତ ଥିବାରୁ ଏଜେଣ୍ଟ ଏବଂ ହକର ମାଧ୍ୟମରେ ଏହାର ବିତରଣରେ କୌଣସି ଅସୁବିଧା ହେବନାହିଁ ବୋଲି ଜଣାପଡ଼ିଛି।

ସେହିପରି ସଟଡାଉନ୍ ସମୟରେ ସମସ୍ତ ପ୍ରକାର କୃଷି, ଉଦ୍ୟାନ କୃଷି, ଦୁଗ୍ଧ, ମତ୍ସ୍ୟ ଓ ପଶୁସମ୍ପଦ ଭିତ୍ତିକ କାର୍ଯ୍ୟକୁ ଅନୁମତି ଦିଆଯିବ। କରୋନା ସମୟରେ ବୟସ୍କ ବ୍ୟକ୍ତି(୬୫ ବର୍ଷରୁ ଅଧିକ), ଗର୍ଭବତୀ ମହିଳା, ପୂର୍ବରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ଓ ୧୦ ବର୍ଷରୁ କମ୍ ବୟସ୍କ ପିଲାଙ୍କ ପାଇଁ ଅଧିକ ବିପଦ ଥିବାରୁ ସେମାନଙ୍କୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବାହାରକୁ ବାହାରିବା ଉପରେ କଟକଣା ଜାରି କରାଯାଇଥିଲା। ତେବେ ଏହାକୁ ସଂଶୋଧନ କରାଯାଇ ଏହି ସମୟସୀମା ଜୁନ୍ ୩୦ ତାରିଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe