ଭାରତୀୟ ଦୂର ସଂଚାର ବିନିୟାମକ ପ୍ରାଧିକରଣ ତଥା ଟ୍ରାଇ ତରଫରୁ ଜାରି ହୋଇଥିବା ବିଜ୍ଞପ୍ତି ମୁତାବକ, ଜାନୁଆରୀ ପହିଲାରୁ ଉଭୟ ଡିଟିଏଚ ଏବଂ କେବୁଲ ସେବାଗୁଡିକ ମହଙ୍ଗା ହୋଇଯିବ । ତେବେ ଟ୍ରାଇର ଏହି ନୂଆ ନିୟମ ଚଳିତ ମାସ ୨୯ ତାରିଖରୁ ହିଁ ସମଗ୍ର ଦେଶରେ ଲାଗୁ କରିଦିଆଯିବ । ଏହାପରେ ମାଗଣା ଚ୍ୟାନେଲଗୁଡିକ ପାଇଁ ବି ଲୋକଙ୍କୁ ୧୩୦ ଟଙ୍କା ଖର୍ଚ୍ଚ କରିବାକୁ ହେବ । ସେହିପରି କଷ୍ଟମରକୁ ନିଜ ମନପସନ୍ଦର ଚ୍ୟାନେଲ ଦେଖିବା ପାଇଁ ଏବେ ଅତିରିକ୍ତ ଟଙ୍କା ମଧ୍ୟ ପରିଶୋଧ କରିବାକୁ ହେବ । ତେଣୁ ଏଭଳି ପରିସ୍ଥିତିରେ ଇଂଟରନେଟ ସେଟ୍ ଅପ୍ ବକ୍ସ ହିଁ ଏକ ନୂଆ ବିକଳ୍ପ ହୋଇପାରେ ।
ଏହା ଏକ କମ୍ପ୍ୟାକ୍ଟ ସାଇଜର ସେଟ୍ ଅପ୍ ବକ୍ସ । ଯାହାକୁ ଆପଣ ଆପଣଙ୍କର ପକେଟରେ ବି କ୍ୟାରି କରିପାରିବେ । ଏହି ବକ୍ସର ଖାସ୍ କଥା ହେଲା ଏହାକୁ ଆପଣ ଇଂଟରନେଟ୍ ଜରିଆରେ ବି ବ୍ୟବହାର କରିପାରିବେ । ଅର୍ଥାତ୍ ଇଂଟରନେଟ୍ କନେକ୍ସନ ପରେ ଏହା ଏକ ହାଇଟେକ୍ ବକ୍ସରେ ରୂପାନ୍ତର ହୋଇଯାଇଥାଏ ଆଉ ଏଥିରେ ଆପଣ ସବୁ ଚ୍ୟାଲେନ ଦେଖିପାରିବେ । ଖାଲି ଏତିକି ନୁହେଁ ଏହି ବକ୍ସକୁ ଆପଣ ଲେନ କେବୁଲ କିମ୍ବା ଓାଇଫାଇ ସହ ବି କନେକ୍ଟ କରିପାରିବେ । ଅର୍ଥାତ୍ ଏଥିପାଇଁ ଆପଣଙ୍କୁ ନା କୌଣସି ଆଂଟିଣା ଲଗାଇବାକୁ ପଡିବ ନା ହିଁ କୌଣସି ମାସିକ ରିଚାର୍ଜ ପ୍ଲାନ କିଣିବାକୁ ଆବଶ୍ୟକତା ପଡିବ ।
ଇଲେକ୍ଟ୍ରୋନିକ ଏକ୍ସପର୍ଟ ଏବଂ ସେଟ ଅପ ବକ୍ସ ବିକ୍ରେତାଙ୍କ ମତାନୁସାରେ, ଏହା ଏଭଳି ଏକ ବକ୍ସ, ଯାହାକି ସାଇଜରେ ବି ବହୁତ ଛୋଟ । ଏହାକୁ ଆପଣ ଉଭୟ କେବୁଲ କିମ୍ବା ଓାଇଫାଇ ସହ ବି କନେକ୍ଟ କରିପାରିବେ । ଇଂଟରନେଟ୍ ଜରିଆରେ ଆସୁଥିବା ସମସ୍ତ ଚ୍ୟାନେଲଗୁଡିକ ଏହି ବକ୍ସ ଜରିଆରେ ଆପଣ ଦେଖିପାରିବେ । ବଡ କଥା ହେଲା, ଏଥିରେ ୧୦୦୦ରୁ ଅଧିକ ଚ୍ୟାନେଲ ଆସିଥାଏ । ତେବେ ଏହି ସେଟ୍ ଅପ ବକ୍ସର ଦାମ ମାତ୍ର ୧୫୦୦ଟଙ୍କାରୁ ଆରମ୍ଭ । ଆପଣ ଏହାକୁ ଉଭୟ ଅନଲାଇନ ଏବଂ ଅଫଲାଇନ ବଜାରରୁ କିଣିପାରିବେ ।
ସବୁ ଟିଭି ହୋଇପାରିବ କନେକ୍ଟ
ଏହି ସେଟ୍ ଅପ୍ ବକ୍ସକୁ ସମସ୍ତ ପ୍ରକାରର ଟିଭି ସହ କନେକ୍ଟ କରିପାରିବେ । ବକ୍ସରେ ଆଂଟିଣା ଇନ ପୋର୍ଟ, ଆରସି କେବୁଲ ପୋର୍ଟ, ଏଚଡିଏମଆଇ ପୋର୍ଟର ଅପସନ ଦିଆଯାଇଛି । ସେହିପରି ବକ୍ସର ଆଗ ପଟରେ ଡଙ୍ଗଲ ବ୍ୟବହାର କରିବା ପାଇଁ ମଧ୍ୟ ୟୁଏସବି ପୋର୍ଟ ଦିଆଯାଇଛି ।