ଆଜିଠୁ ନୂଆ ନିୟମ । ଶସ୍ତା ହେଲା କମର୍ସିଆଲ ଗ୍ୟାସ୍ ଦର । ଜାଣନ୍ତୁ ଆଉ କେଉଁ ନିୟମ ବଦଳିଲା?…

1,029

କନକ ବ୍ୟୁରୋ: ଆଜି ଏପ୍ରିଲ ୧ ତାରିଖ । ଆଜିଠୁ ଆରମ୍ଭ ହେଉଛି ନୂଆ ଆର୍ଥିକ ବର୍ଷ । ନୂଆ ଆର୍ଥିକ ବର୍ଷର ପ୍ରଥମ ଦିନରେ ଅନେକ କିଛି ନୂଆ ନିୟମ ଦେଖିବାକୁ ମିଳିବ । ଆର୍ଥିକ କ୍ଷେତ୍ର ସହ ଜଡ଼ିତ ଅନେକ ପରିବର୍ତ୍ତନ ଲୋକଙ୍କ ଉପରେ ପ୍ରଭାବ ପକାଇବ । ଆୟକର, ଫାସ୍ଟ୍ୟାଗ୍, ମ୍ୟୁଚୁଆଲ ଫଣ୍ଡ, ବୀମା, ଡେବିଟ୍ ଓ କ୍ରେଡିଟ୍ କାର୍ଡ, ଇପିଏଫଓ ଏବଂ ଏନପିଏସ୍ ଲାଗି ନୂଆ ନିୟମ ଲାଗୁ ହେବ ।

– ନୂଆ ଟିକସ ବ୍ୟବସ୍ଥାକୁ ଆୟକର ପ୍ରଦାନ କ୍ଷେତ୍ରରେ ଡିଫଲ୍ଡ ସେଟିଂ ବା ପୂର୍ବରୁ ଧାର୍ଯ୍ୟ ବ୍ୟବସ୍ଥା ଗ୍ରହଣ କରାଯିବ
– ନୂଆ ଟିକସ ଢାଞ୍ଚାରେ ଜଣକୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଦେବାକୁ ପଡ଼ିବ ନାହିଁ
– ନୂଆ ଆୟକର ସ୍ଲାବ୍ ଅନୁସାରେ ୩ ଲକ୍ଷ ୧ ଟଙ୍କାରୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୫ ପ୍ରତିଶତ ଦେବାକୁ ପଡ଼ିବ
– ୬ ଲକ୍ଷ ୧ ଟଙ୍କାରୁ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୧୦ ପ୍ରତିଶତ ଟିକସ ଦେବାକୁ ହେବ
– ୯ ଲକ୍ଷ ୧ ଟଙ୍କାରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୧୫ ପ୍ରତିଶତ ଟିକସ ପଡ଼ିବ
– ୧୨ ଲକ୍ଷ ୧ ଟଙ୍କାରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୨୦ ପ୍ରତିଶତ ଟିକସ ଦେବାକୁ ହେବ
– ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଟିକସ ଦେବାକୁ ପଡ଼ିବ
– ଆଜିଠୁ ଚାକିରି ବଦଳାଇଲେ ଇପିଏଫ୍ ଖାତା ଓ ସେଥିରେ ଥିବା ବଳକା ଅର୍ଥ ଆପେ ସ୍ଥାନାନ୍ତର ହୋଇଯିବ
– ଗତକାଲି ସୁଦ୍ଧା ଫାସଟାଗ୍ କେୱାଇସି ଅପଡେଟ୍ କରିନଥିଲେ ଫାସଟାଗ୍ ବନ୍ଦ ହୋଇଯାଇପାରେ
– ଆଜିଠାରୁ ବୀମା ପଲିସି ଡିଜିଟାଇଜକୁ ବାଧ୍ୟତାମୂଳକ କରାଯିବ
– ଜୀବନ, ସ୍ୱାସ୍ଥ୍ୟ ଓ ସାଧାରଣ ବୀମା ପ୍ରଦାନକାରୀ ସଂସ୍ଥା ସେମାନଙ୍କ ପଲିସିକୁ ଇଲେକ୍ଟ୍ରୋନିକ୍ କରିବେ
– ବୀମା ପଲିସିର ସରେଣ୍ଡର ମୂଲ୍ୟରେ ମଧ୍ୟ ଆଜିଠାରୁ ପରିବର୍ତ୍ତନ ହେବ
– କିଛି ବ୍ୟାଙ୍କ ସେମାନଙ୍କ କ୍ରେଡିଟ୍ କାର୍ଡ ନିମୟରେ ସଂଶୋଧନ ଆଣିବା ପାଇଁ ଘୋଷଣା କରିଛନ୍ତି
– ଏସ୍ବିଆଇ ଡେବିଟ୍ କାର୍ଡର ବାର୍ଷିକ ରକ୍ଷଣାବେକ୍ଷଣ ଫି’ ବୃଦ୍ଧି କରିବ
– ନ୍ୟାସନାଲ ପେନସନ୍ ସିଷ୍ଟମ ଲାଗି ଦୁଇ ପର୍ଯ୍ୟାୟ ଆଧାରଭିତ୍ତିକ ଅଥେଣ୍ଟିକେସନ୍ ଲାଗୁ ହେବ