ଗାଁରେ ଆଉ ମନଇଚ୍ଛା କରି ହେବନି ଘର: ନଗର ଉନ୍ନୟନ ବିଭାଗର ନୂଆ ନିୟମ । ଉଚ୍ଚା ଘର ପାଇଁ ଦରକାର ଅନୁମତି । ବେଖାତିର କଲେ କାର୍ଯ୍ୟାନୁଷ୍ଠାନ

1,960

କନକ ବ୍ୟୁରୋ: ଗାଁରେ ଆଉ ମନ ଇଚ୍ଛା ଘର କରିପାରିବେନି ଲୋକେ । ନିଜ ଜାଗାରେ ବି ନିଜ ମନ ମୁତାବକ ଘର କରିପାରିବେନି ଲୋକେ । ଗାଁରେ ଉଚ୍ଚା ଘର ନିର୍ମାଣ ଉପରେ କଟକଣା ଲଗାଇଲେ ସରକାର । ସହର ଭଳି ଗାଁରେ ବି ଉଚ୍ଚା ଘର କଲେ ନେବାକୁ ପଡିବ ଅନୁମତି । ସରକାରଙ୍କ ନିୟମ ଅନୁସାରେ କରିବାକୁ ହେବ ଘର । ସରକାରଙ୍କ ନିୟମକୁ ବେଖାତିର କଲେ ହେବ ବଡ କାର୍ଯ୍ୟାନୁଷ୍ଠାନ ।

ତେବେ ଗାଁରେ ୨ ମହଲା ଘର କଲେ ବି ଅନୁମତି ନେବାକୁ ପଡିବ । ପଞ୍ଚାୟତ ସମିତିର ଅନୁମତି ପରେ ୨ ମହଲାରୁ ଅଧିକ ଉଚ୍ଚର ଘର ତିଆରି କରିପାରିବେ । ଯଦି ବିନା ଅନୁମତି କିମ୍ବା ସଠିକ ପ୍ଲାନିଂରେ ଘର ନକରାଯାଏ ତେବେ କଡା କାର୍ଯାନୁଷ୍ଠାନ ହେବ ବୋଲି ଗ୍ରାମ୍ୟ ଓ ନଗର ବିଭାଗ ତରଫରୁ ବିଜ୍ଞପ୍ତି ଜାରି ହୋଇଛି । ଗାଁ ହେଉ କି ସହର ଯେଉଁଠି ବି ‘ଜି ପ୍ଲସ ୨’ ଘର ନିର୍ମାଣ ହେବ ସେଠି ଅନୁମତି ନିଆଯିବ ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।