ସିମକାର୍ଡ କ୍ରୟ ବିକ୍ରୟ ପାଇଁ ଆଜିଠୁ ନୂଆ ନିୟମ । ସିମ୍ ଡିଲର କରିବେ ପୋଲିସ ଓ ବାୟୋମେଟ୍ରିକ ଯାଞ୍ଚ ଓ ପଞ୍ଜିକରଣ ।

407

କନକ ବ୍ୟୁରୋ: ଆଜିଠୁ ସିମ କାର୍ଡ ପାଇଁ ଲାଗୁ ହେବ ନିୟମ । ସିମ ଡିଲର ଓ ସିମ ଗ୍ରାହକଙ୍କ ପାଇଁ ଏହି ନୂଆ ନିୟମ ଲାଗିବ । ଡିସେମ୍ବରୁ ୧ରୁ ସିମକାର୍ଡ ଡିଲରଙ୍କୁ ପୋଲିସ ଓ ବାୟୋମେଟ୍ରିକ ଯାଞ୍ଚ ସହ ପଞ୍ଜିକରଣ କରିବାକୁ ପଡିବ । ବ୍ୟବସାୟୀଙ୍କ ପୋଲିସ ଯାଞ୍ଚର ସମ୍ପୂର୍ଣ୍ଣ ଦାୟିତ୍ୱ ଟେଲିକମ ଅପରେଟରଙ୍କ ଉପରେ ରହିବ । ନିୟମ ଭାଙ୍ଗିଲେ ଦେବାକୁ ପଡିବ ୧୦ଲକ୍ଷ ଟଙ୍କା ଜରିମାନା ।

ନୂଆ ନିୟମ ଅନୁଯାୟୀ ଜଣେ ଗ୍ରାହକ ଗୋଟିଏ ଆଧାର ପରିଚୟ ପତ୍ରରେ ୯ଟି ସିମ କାର୍ଡ କିଣିପାରିବେ । ସିମ କିଣିବା ପାଇଁ କ୍ୟୁଆର କୋର୍ଡ ସ୍କାନ ସହ ଡେମୋଗ୍ରାଫି ତଥ୍ୟ ଦେବାକୁ ପଡିବ । ଯଦି ଆପଣ ବ୍ୟବହାର କରୁଥିବା ସିମ କାର୍ଡ ବନ୍ଦ କରିଦେବେ ତେବେ ୯୦ଦିନ ଭିତରେ ଏହି ସିମ ଅନ୍ୟଜଣେ ଗ୍ରାହକଙ୍କୁ ଦିଆଯିବ । ଠକେଇ, ସାଇବର ସ୍କାମ, ରୋକିବା ପାଇଁ ସରକାର ଏହି ପରିବର୍ତ୍ତର୍ନ ଆଣିଛନ୍ତି ।