କନକ ବ୍ୟୁରୋ : ଆଜିଠୁ ଫାସଟ୍ୟାଗକୁ ନେଇ ଦେଶରେ ଲାଗୁହେଲା ନୂଆ ନିୟମ । ତିନିରୁ ପାଞ୍ଚ ବର୍ଷ ପୂର୍ବେ ଜାରି କରାଯାଇଥିବା ଫାସଟ୍ୟାଗର କେୱାଇସି ପ୍ରକ୍ରିୟା ପୁରଣ କରିବାକୁ ପଡ଼ିବ। ଏହି ପ୍ରକ୍ରିୟାରେ ପାଞ୍ଚ ବର୍ଷରୁ ପୁରୁଣା ସମସ୍ତ ଫାସଟ୍ୟାଗକୁ ସମ୍ପୂର୍ଣ୍ଣ ବଦଳାଇବାକୁ ପଡ଼ିବ। ଆଜିଠୁ ଫାସଟ୍ୟାଗ ସହ ଗାଡ଼ିର ପଞ୍ଜୀକରଣ ନମ୍ବର ଓ ଚେଚିସ ନମ୍ବର ମଧ୍ୟ ଯୋଡି ହେବ। ସେହିପୀ ଆଗକୁ ଏହି ଫାସଟ୍ୟାଗ ବ୍ୟବସ୍ଥା ଇତିହାସ ପାଲଟିବାକୁ ଯାଉଥିବା ରାଜ୍ୟସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ।

Advertisment

ଏଣିକି ସାଟେଲାଇଟ ମାଧ୍ୟମରେ କଟିବ ଟୋଲ ଟ୍ୟାକ୍ସ । ପ୍ରଥମ ପର୍ଯ୍ୟାୟରେ ବଛାଯାଇଥିବା ଦେଶର କେତେକ ଟୋଲ ଗେଟରେ ଫାସଟ୍ୟାଗ ସିଷ୍ଟମ ସହ ଏହାକୁ ପାଇଲଟିଂ ପ୍ରୋଜେକ୍ଟ ଭାବେ କାର୍ଯ୍ୟକାରୀ କରାଯିବ। ଜିଏନଏସଏସ ଅଧାରିତ ଟୋଲ କଲେକ୍ସନ ଫାସଟ୍ୟାଗ ଠାରୁ ମଧ୍ୟ ଆହୁରି ଦ୍ରୁତ ହେବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ପୂର୍ବରୁ କ୍ୟାସ ବ୍ୟବସ୍ଥା ଥିବା ବେଳେ ବର୍ତ୍ତମାନ ଫାସଟ୍ୟାଗ ମାଧ୍ୟମରେ ଟୋଲଟ୍ୟାକ୍ସ ଭରୁଛନ୍ତି ଗାଡ଼ି ଚାଳକ । ଏଥିପାଇଁ ଗାଡ଼ି ଗୁଡିକୁ ଟୋଲଗେଟରେ ଅଟକିବାକୁ ପଡୁଥିବା ବେଳେ