କମିସନରେଟ୍ ପୁଲିସର କଡା ନିର୍ଦ୍ଦେଶ: ରାଜଧାନୀରେ ବାଇକ୍ ଚାଲିବ, ହେଲେ ବସିପାରିବେନି ସହଯାତ୍ରୀ; ଜିଲ୍ଲାରୁ ଜିଲ୍ଲାକୁ ଯାଇପାରିବ ଗାଡି ହେଲେ ନେବାକୁ ପଡିବ ଅନୁମତି

Advertisment
କମିସନରେଟ୍ ପୁଲିସର କଡା ନିର୍ଦ୍ଦେଶ: ରାଜଧାନୀରେ ବାଇକ୍ ଚାଲିବ, ହେଲେ ବସିପାରିବେନି ସହଯାତ୍ରୀ; ଜିଲ୍ଲାରୁ ଜିଲ୍ଲାକୁ ଯାଇପାରିବ ଗାଡି ହେଲେ ନେବାକୁ ପଡିବ ଅନୁମତି

କନକ ବ୍ୟୁରୋ: ଲକଡାଉନ୍ ଅବଧି ୨ସପ୍ତାହ ବଢ଼ିଛି। ତେବେ ଏହି ଅବଧି ମଧ୍ୟରେ ସମସ୍ତ ବାଇକ୍ କିମ୍ବା ଅନ୍ୟ ଗାଡ଼ି ଚଳାଚଳକୁ ସ୍ବୀକୃତି ଦେବା ପାଇଁ ସ୍ଥିର କରିଛି କମିସନରେଟ୍ ପୁଲିସ। ଏହି ଗାଡ଼ିଗୁଡ଼ିକ ଜିଲ୍ଲାରୁ ଜିଲ୍ଲାକୁ ମଧ୍ୟ ଯା’ ଆସ କରିପାରିବ। ଅନେକ ଅଭିଯୋଗ ଆସିଛି କି ପରିବାର ଗୋଟିଏ ଜିଲ୍ଲାରେ ରହିଥିବା ବେଳେ ପରିବାର ମୁଖିଆ ଅନ୍ୟ ଜିଲ୍ଲାରେ ରହିଛନ୍ତି। ଏଣୁ ଏବେ ପରିବାର ଏକାଠି କରିବା ପାଇଁ ଜିଲ୍ଲାରୁ ଜିଲ୍ଲାକୁ ବାଇକ୍ ଓ ଚାରିଚକିଆ ଯିବା ପାଇଁ ଆମେ ସ୍ବୀକୃତି ଦେବୁ ବୋଲି କହିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ।

ତେବେ ବାଇକରେ ଦୁଇ ଜଣ ଓ କାରରେ ୩ଜଣରୁ ଅଧିକ ବସିପାରିବେ ନାହିଁ। ଏଥିପାଇଁ ୧୦୦କୁ ଡାଏଲ କରି କାରଣ ଦର୍ଶାଇବେ। ଆବେଦନକାରୀ ଦେଖାଉଥିବା କାରଣକୁ ନେଇ ପୁଲସ ନିଶ୍ଚିତ ହେଲେ ଅନ୍ୟ ଜିଲ୍ଲାକୁ ଯିବା ପାଇଁ ସ୍ବୀକୃତି ମିଳିବ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ପୂର୍ବରୁ କେବଳ ସ୍ବାସ୍ଥ୍ୟଗତ ସମସ୍ୟା କିମ୍ବା ଅନ୍ତିମ ସଂସ୍କାର ପାଇଁ ଏହି ସୁଯୋଗ ମିଳୁଥିଲା।

ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, କଟକ ଓ ପୁରୀ ଗ୍ରିନ୍ ଜୋନ୍ ହୋଇଥିବାରୁ ସେଠାରୁ ଦୋକାନ ସବୁ ଖୋଲିବାକୁ ଯାଉଛି। ମଦ ଦୋକାନ କଟକରେ ଖୋଲିବାକୁ ଯାଉଛି। କିନ୍ତୁ ଭୁବନେଶ୍ବର ରେଡ୍ ଜୋନ୍ ହୋଇଥିବାରୁ ଏଠାରେ ଖୋଲିବ ନାହିଁ। ଏଣୁ ଲୋକମାନେ କଟକ ଓ ପିପିଲି କିମ୍ବା ପୁରୀ ଯାଇ ମଦ କିଣି ପାରନ୍ତି। ଏଣୁ ଭୁବନେଶ୍ବରରୁ କଟକ ଓ ଭୁବନେଶ୍ବରୀରୁ ପୁରୀ ଉଭୟ ରାସ୍ତାରେ ବାଇକ୍ ଓ ଚାରିଚକିଆ ଗାଡ଼ି ଯାଞ୍ଚ କରିବା ପାଇଁ ଯୋଜନା ହୋଇଛି।
ସେହିଭଳି ସରକାର ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ସନ୍ଧ୍ୟା ୭ଟା ଯାଏ ଖୋଲିଲେ ସମସ୍ୟା ରହିଛି। ଏଣୁ ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ ଦେବାକୁ ସରକାରଙ୍କୁ ସୁପାରିସ କରାଯାଇଛି। ସେହିପରି ବରମୁଣ୍ଡା ବସ୍ଷ୍ଟାଣ୍ଡ ଖୋଲିଲେ ଘୋର ସମସ୍ୟା ହେବ। ଏଣୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ନେଇ ନିଷ୍ପତ୍ତି ନେବା ବେଳେ ଏହାକୁ ନଜର ରଖିବା ପାଇଁ ସରକାରଙ୍କୁ ସୁପାରିସ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe