ସହରରେ ନିର୍ମାଣ ହେବ ଉଚ୍ଚ କୋଠାଘର । ବଢୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ନିୟମ କୋହଳ କଲେ ସରକାର, ୮ଟି ଗୃହ ଥିବା କୋଠାକୁ କୁହାଯିବ ଆପାର୍ଟମେଣ୍ଟ । ପୁରୁଣା ଘରର ନବୀକରଣ ପାଇଁ ଦରକାର ନାହିଁ ଅନୁମତି, ରିୟଲ ଇଷ୍ଟେଟରେ ଅଧିକ ପୁଞ୍ଜିନିବେଶ ପାଇଁ ଖୋଲିଲା ବାଟ ।

Advertisment
ସହରରେ ନିର୍ମାଣ ହେବ ଉଚ୍ଚ କୋଠାଘର । ବଢୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ନିୟମ କୋହଳ କଲେ ସରକାର, ୮ଟି ଗୃହ ଥିବା କୋଠାକୁ କୁହାଯିବ ଆପାର୍ଟମେଣ୍ଟ । ପୁରୁଣା ଘରର ନବୀକରଣ ପାଇଁ ଦରକାର ନାହିଁ ଅନୁମତି, ରିୟଲ ଇଷ୍ଟେଟରେ ଅଧିକ ପୁଞ୍ଜିନିବେଶ ପାଇଁ ଖୋଲିଲା ବାଟ ।

କନକ ବ୍ୟୁରୋ: ସହରରେ ନିର୍ମାଣ ହେବ ଉଚ୍ଚ କୋଠାଘର । ନିୟମ କୋହଳ କଲେ ସରକାର । ଋିୟଲ ଇଷ୍ଟେଟରେ ଅଧିକ ପୁଂଜି ନିବେଶ ଲାଗି ଖୋଲିଲା ବାଟ । କଟକ, ଭୁବନେଶ୍ୱର ଭଳି ରାଜ୍ୟର ବଡ଼ ସହରରେ ଦିନକୁ ଦିନ ଜନସଂଖ୍ୟା ବଢ଼ିଚାଲିଛି । ସେହି ଅନୁପାତରେ ରହିବା ପାଇଁ ଘରର ଅଭାବ ପଡ଼ୁଛି । କାରଣ ସହରାଂଚଳରେ ଘର ନିର୍ମାଣ ପାଇଁ ଥିବା ନିୟମ ବହୁତଳ ବିଶିଷ୍ଟ କୋଠା ପାଇଁ ବଡ଼ ଅନ୍ତରାୟ ସୃଷ୍ଟି କରି ଆସୁଛି । ପ୍ଲାନ୍ ଅନୁମୋଦନ ପାଇଁ ବାରମ୍ବାର ଦୌଡ଼ିବାକୁ ପଡ଼ୁଛି ଏବଂ ଫ୍ଲୋର ଏରିଆ ଅନୁପାତ ମଧ୍ୟ ଅନ୍ୟ ରାଜ୍ୟଠାରୁ କମ୍ ରହିଛି । ଏହାକୁ ଦୃଷ୍ଟିରେ ରଖି ନଗର ଉନ୍ନୟନ ବିଭାଗ ଆଣିଛି ପ୍ଲାନ୍ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ ରୁଲ୍ସ ୨୦୨୦ ।

ଥରେ ପଢ଼ି ନିଅନ୍ତୁ ସହରାଂଚଳ ଘର ତିଆରି ପାଇଁ ନୂଆ ନିୟମ ଉପରେ –
୮ଟି ଗୃହ ଥିବା କୋଠାକୁ ଆପାର୍ଟମେଂଟ ବିଲଡିଂ କୁହାଯିବ
ଆପାର୍ଟମେଂଟ ପାଇଁ ପ୍ଲଟ ଆକାର ପ୍ରତିବନ୍ଧକ ହେବନାହିଁ
ମଡେଲ ପ୍ଲାନରେ ଘର କରିବାକୁ ହେଲେ କେବଳ ଟଙ୍କା ଦାଖଲ କରି ଅଣ୍ଡରଟେକିଂ ଦେଇ ଗୃହ ନିର୍ମାଣ କରିହେବ
ପୁରୁଣା ଘର ନବୀକରଣ ପାଇଁ ଅନୁମତି ଆବଶ୍ୟକ ନାହିଁ
ଫ୍ଲୋର ଏରିଆ ଅନୁପାତ ୭କୁ ବୃଦ୍ଧି ପାଇଛି
ଏଫଏଆର୍ ଦେୟ କିସ୍ତି ଆକାରରେ ଦେବା ପାଇଁ ବ୍ୟବସ୍ଥା ହୋଇଛି ।

ସାଧାରଣ ଲୋକ ଘର ତିଆରି କରିବାରେ ସମ୍ମୁଖୀନ ହେଉଥିବା ଅସୁବିଧା ଦୂର କରିବା ଏବଂ ରିୟଲ ଇଷ୍ଟେଟ୍ କ୍ଷେତ୍ରରେ ପୁଂଜିନିବେଶ ବୃଦ୍ଧି ଉପରେ ଜୋର ଦେଇଛନ୍ତି ସରକାର ।

ନୂଆ ନିୟମ ଅନୁସାରେ...
ଆଶିଂକ ଅକ୍ୟୁପାନ୍ସି ସାର୍ଟିଫିକେଟ୍ ଦେବାର ବ୍ୟବସ୍ଥା କରାଯାଇଛି । ଅର୍ଥାତ ପୂରା ପ୍ରକଳ୍ପ ପାଇଁ ଏକାଥରେ ଅକ୍ୟୁପାନ୍ସି ସାର୍ଟିଫିକେଟ୍ ଆବଶ୍ୟକ ହେବନାହିଁ ।
୧୫ରୁ ୧୮ ମିଟର ଉଚ୍ଚତା କୋଠାଘର ତିଆରି କଲେ ୫୦ ପ୍ରତିଶତ ଜାଗା ଛାଡିବାକୁ ହେବ
୧୮ ମିଟରରୁ ଉଚ୍ଚା କୋଠା ପାଇଁ ୪୦ ପ୍ରତିଶତ ଜାଗା ଛାଡିବାକୁ ହେବ
ପ୍ଳଟ୍ ଆକାରକୁ ଭିତ୍ତି କରି ସେଟ୍ବ୍ୟାକ୍କୁ ନମନୀୟ କରାଯାଇଛି
ରାସ୍ତା ଅବରୋଧ ହ୍ରାସ କରିବା ପାଇଁ ଆବଶ୍ୟକ ପାର୍କିଂ ସ୍ଥାନ ଛାଡ଼ିବାକୁ ହେବ । ତେବେ ବଡ଼ ସହରରେ ଏହି ନୂଆ ନିୟମ ଲାଗୁ ହେବ । କିଛି ସ୍ଥାନରେ ସ୍ଥିତିକୁ ବିଚାର କରି ସ୍ଥାନୀୟ ପ୍ରଶାସନ ଆବଶ୍ୟକ ନିଷ୍ପତି ନେଇପାରିବେ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe