ଭୁବନେଶ୍ୱର ଏମ୍ସରେ 'କରୋନା' କଟକଣା : ନୂଆ ଆଡମିସନ୍ ଓ ସର୍ଜରୀ ବନ୍ଦ...ଓପିଡି ଓ ଜରୁରୀ ସେବା ଜାରି

Advertisment
ଭୁବନେଶ୍ୱର ଏମ୍ସରେ 'କରୋନା' କଟକଣା : ନୂଆ ଆଡମିସନ୍ ଓ ସର୍ଜରୀ ବନ୍ଦ...ଓପିଡି ଓ ଜରୁରୀ ସେବା ଜାରି

କନକ ବ୍ୟୁରୋ: ଭୁବନେଶ୍ବର ଏମ୍ସରେ ରାଜ୍ୟର ଦ୍ବିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କେତେକ ନୂଆ କଟକଣା ଲାଗୁ କରାଯାଉଛି। ଜରୁରୀକାଳୀନ ସେବା ଓ ଓପିଡି ସେବା ଜାରି ରହିବାକୁ ଥିବା ବେଳେ ନୂଆ ରୋଗୀଙ୍କୁ ଆଡମିସନ୍ କରିବା ବନ୍ଦ କରାଯାଇଛି। ସେହିଭଳି ସମସ୍ତ ପ୍ରକାର ଅପରେସନ୍(ସର୍ଜରି) ସେବା ବନ୍ଦ କରାଯାଇଛି। କେବଳ ଜରୁରି ଅପରେସନ୍ ହେବ ଓ ଅଧିକ ସଂକଟାପନ୍ନ ରୋଗୀଙ୍କୁ ଆଡ୍ମିସନ୍ କରାଯିବ ବୋଲି ସୂଚନା ମିଳିଛି।

publive-image

ବିଶେଷକରି ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଆଡମିସନ୍ କରାଯିବ ବୋଲି କୁହାଯାଇଛି। ସେହିଭଳି ବିଭିନ୍ନ ୱାର୍ଡରେ ଥିବା ରୋଗୀମାନଙ୍କୁ ସ୍କ୍ରିନିଂ କରାଯାଉଛି। ଯେଉଁମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଯଥେଷ୍ଟ ସୁଧାର ଆସି ସାରିଛି, ସେମାନଙ୍କୁ ଘରକୁ ଫେରାଇବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏବେ ଏମ୍ସ ଓପିଡିରେ ରୋଗୀଙ୍କ ସଂଖ୍ୟାରେ ବେଶ୍ ଅବନ୍ନତି ଦେଖାଦେଇଛି। ପୂର୍ବରୁ ଦୈନିକ ପାଖାପାଖି ୩ ହଜାରରୁ ଅଧିକ ରୋଗୀ ଓପିଡିକୁ ଆସୁଥିଲେ। ମାତ୍ର ଶୁକ୍ରବାର ଏହା ୧୫ଶହକୁ ଖସି ଆସିଥିଲା। ଶନିବାର ଏହି ସଂଖ୍ୟା ଆହୁରି ହ୍ରାସ ପାଇ ମାତ୍ର ୬ଶହ ପାଖାପାଖି ଥିବା ସୂଚନା ମିଳିଛି। କରୋନା କଟକଣାଜନିତ ଯାତାୟାତରେ ସମସ୍ୟା ଉପୁଜୁଥିବାରୁ ଓପିଡିକୁ ଆସୁଥିବା ରୋଗୀ ସଂଖ୍ୟା କମୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe