କନକ ବ୍ୟୁରୋ:  ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଲଗାଇଲା ନୂଆ କଟକଣା । ଟ୍ୱିଟରରେ କୌଣସି ଆକାଉଣ୍ଟଧାରୀ ଅସୀମିତ ଟୁଇଟ ପଢି ପାରିବ ନାହିଁ । ଏପରି କି ଟ୍ୱିଟରର ଲଗଇନ ନକଲେ ଟ୍ୱିଟର ଦେଖିହେବ ନାହିଁ । ଟୁଇଟର ମାଲିକ ଏଲନ ମସ୍କ, ଏଭଳି କଟକଣା ଲଗାଇଛନ୍ତି ।

Advertisment

ସୂଚନା ଅନୁସାରେ ଭେରିଫାଏଡ ଆକାଉଣ୍ଟସରୁ ଦିନକୁ ଜଣେ ୬ହଜାର ପୋଷ୍ଟ ପଢିପାରିବେ । ସେହିପରି ଭେରିଫାଏ ହୋଇନଥିବା ଆକାଉଣ୍ଟଧାରୀ ଦିନକୁ ୬୦୦ ପୋଷ୍ଟ ଏବଂ ଭେରିଫାଏ ହୋଇନଥିବା ନୂଆ ଆକାଉଣ୍ଟରୁ ଦିନକୁ ୩୦୦ ପୋଷ୍ଟ ଦେଖିପାରିବେ । ମାଇକ୍ରୋ ବ୍ଲଗିଂ ସାଇଟ୍ ଟୁଇଟର ଶନିବାର ଅପରାହ୍ନ ଓ ସନ୍ଧ୍ୟାରେ ଅଚଳ ହୋଇଯାଇଥିଲା । ଅନେକ ବ୍ୟବହାରକାରୀ ଟ୍ୱିଟର କାମ କରୁନଥିବା ଅଭିଯୋଗ କରିଛନ୍ତି । ଏକି ରିପୋର୍ଟ ଅନୁସାରେ ପ୍ରାୟ ୪ ହଜାର ଟ୍ୱିଟର ୟୁଜର୍ସ ଏସଂପର୍କରେ ଡାଉନ ଡିଟେକ୍ଟର ସାଇଟରେ ଅଭିଯୋଗ କରିଛନ୍ତି । ଟୁଇଟ ଦେଖିବା ପାଇଁ କିମ୍ବା ପୋଷ୍ଟ କରିବା ପାଇଁ ଚେଷ୍ଟା କଲା ବେଳେ ଟ୍ୱିଟ ରିଟ୍ରିଭ ହୋଇପାରିବ ନାହିଁ ବୋଲି ମେସେଜ ଆସୁଛି । ବଶ୍ୱବ୍ୟାପୀ ଏଭଳି ଅଭିଯୋଗ ଆସିବା ପରେ ଏଲନ ମକ୍ସ କଟକଣା ଲଗାଇଥିବା କୁହାଯାଉଛି ।  ତେବେ ଟ୍ୱିଟର ଲଗାଇଥିବା କଟକଣା ସାମୟିକ ବୋଲି ଟୁଇଟ କରି ଏଲନ୍ ମସ୍କ ସୁଚନା ଦେଇଛନ୍ତି ।