କ୍ୟାପଟେନ୍ କୁଲଙ୍କୁ ଟପିଲେ କୋହଲି । ବାଙ୍ଗାଲୋରରେ ବଡ ବିଜୟ ସହ ଧୋନୀ, ଗାଙ୍ଗୁଲିଙ୍କୁ ପଛରେ ପକାଇ ନୂଆ ରେକର୍ଡ ରଚିଲେ ବିରାଟ ।

509

କନକ ବ୍ୟୁରୋ : କ୍ୟାପଟେନ୍ କୁଲଙ୍କୁ ଟପିଲେ କୋହଲି । ବାଙ୍ଗାଲୋରରେ ବଡ ବିଜୟ ସହ ନୂଆ ରେକର୍ଡର ଅଧିକାରୀ ହେଲେ ବିରାଟ । ଧୋନୀ, ଗାଙ୍ଗୁଲିଙ୍କୁ ପଛରେ ପକାଇ ନୂଆ କୀର୍ତ୍ତିମାନର ଅଧିକାରୀ ହେଲେ କୋହଲି ।

ବାଙ୍ଗାଲୋରରେ ବିଜୟୀ ପାଳି ଖେଳିବା ଅବସରରେ ଏକାଧିକ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି ବିରାଟ କୋହଲି । ଜଣେ ଏକଦିବସୀୟ ଅଧିନାୟକ ଭାବେ ୫୦୦୦ ରନ୍ ପୂରଣ କରିବାରେ ସେ ଦ୍ରୁତତମ ହୋଇଛନ୍ତି । କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନୀ ୧୨୭ଟି ପାଳିରୁ ୫୦୦୦ ରନ୍ ଟପିଥିଲେ । କିନ୍ତୁ କୋହଲି ମାତ୍ର ୮୨ଟି ପାଳିରୁ ଏହି କ୍ଲବରେ ଯୋଗ ଦେଇଛନ୍ତି ।

ଏହି କୀର୍ତ୍ତିମାନ ହାସଲ ପାଇଁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ୧୩୧ ପାଳି ଏବଂ ଦକ୍ଷିଣଆଫ୍ରିକାର ଗ୍ରେମ୍ ସ୍ମିଥ ୧୩୬ ପାଳି ନେଇଥିଲେ । ପୂର୍ବତନ ଭାରତୀୟ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ୧୩୬ ପାଳି ନେଇଥିଲେ । ବିଶ୍ୱ କ୍ରିକେଟରେ ଅଷ୍ଟମ ଅଧିନାୟକ ଭାବେ କୋହଲି ମଧ୍ୟ ୫୦୦୦ ରନ୍ କ୍ଲବରେ ସାମିଲ ହୋଇଛନ୍ତି ।