ରୋହିତଙ୍କ ନାଁରେ ନୂଆ ରେକର୍ଡ । ବିଜୟ ସହ କ୍ରିକେଟ ଲିଜେଣ୍ଡ କପିଲ ଦେବ ଓ ମହେନ୍ଦ୍ର ସିଂ ଧୋନୀଙ୍କ ସହ ହେଲେ ସମକକ୍ଷ ।

395

କନକ ବ୍ୟୁରୋ: ଭାରତ ବିଶ୍ୱକପ୍ ବିଜୟ ସହ ରୋହିତ ଶର୍ମାଙ୍କ ନାଁରେ ଯୋଡି ହୋଇଯାଇଛି ନୂଆ ରେକର୍ଡ । କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ଓ ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ସମକକ୍ଷ ହୋଇଛନ୍ତି ହିଟ୍ ମ୍ୟାନ୍ ରୋହିତ ଶର୍ମା ।

୧୯୮୩ ବିଶ୍ୱକପ୍ ବିଜୟୀ ଦଳର ଅଧିନାୟକ ଥିଲେ କପିଲ ଦେବ । ଏହାର ଦୀର୍ଘ ବର୍ଷ ପରେ ୨୦୦୭ରେ ଟି-୨୦ ବିଶ୍ୱକପର ପ୍ରଥମ ସଂସ୍କରଣ ବିଜୟୀ ହୋଇଥିଲା ଭାରତ । ଏହି ଟିମର ଅଧିନାୟକ ଥିଲେ କ୍ୟାପ୍ଟେନ୍ କୁଲ୍ ଭାବେ ପରିଚିତ ମହେନ୍ଦ୍ର ସିଂହ ଧୋନୀ । ୨୦୧୧ ଦିନିକିଆ ବିଶ୍ୱକପ୍ ଚାମ୍ପିଅନ୍ ଦଳର ଅଧିନାୟକ ମଧ୍ୟ ଥିଲେ ଧୋନୀ । ଏବେ ଏହି ଟିମରେ ସାମିଲ ହୋଇଛନ୍ତି ରୋହିତ ଶର୍ମା । ଚଳିତ ଟି-୨୦ ବିଶ୍ୱକପ୍ରେ ଭାରତ ବିଜୟୀ ହେବା ସହ ରୋହିତ ଶର୍ମା ଏହି କ୍ଲବରେ ସାମିଲ ହୋଇଛନ୍ତି ।