କନକ ବ୍ୟୁରୋ : ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟକୁ ବଡ ସଫଳତା । କରୋନା ମହାମାରୀ ସମୟରେ ଅନେକ ଯୁବବର୍ଗ ଚାକିରି ହରାଉଥିବା ବେଳେ ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ଏମ.ବି.ଏ ଛାତ୍ରଛାତ୍ରୀମାନେ ବଡ ବଡ କମ୍ପାନିରେ ନିଯୁକ୍ତି ପାଇଛନ୍ତି । ବିଶ୍ୱବିଦ୍ୟାଳୟକୁ ଆସିଥିବା କ୍ୟାମ୍ପସରେ ସର୍ବାଧିକ ୨୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ୟାକେଜ ସହିତ ଭଲ କମ୍ପାନିରେ ନିଯୁକ୍ତି ମିଳିଛି । ଏହି ପ୍ଲେସମେଣ୍ଟରେ ହାରାହାରି ୮.୪୫ ଲକ୍ଷ ପର୍ଯ୍ୟନ୍ତ ପ୍ୟାକେଜର ଅଫର ଛାତ୍ରଛାତ୍ରୀମାନଙ୍କୁ ମିଳିଛି ।
ଅନେକ ଖ୍ୟାତିସମ୍ପନ୍ନ କର୍ପୋରେଟ ଯଥା, ଟାଟା ଏଆଇଜି, ଗୋଦରେଜ ପ୍ରପରଟିଜ୍, ଏସବିଆଇ ଲାଇଫ, ଆଇଟିସି, ରିଲାଏନ୍ସ ରିଟେଲ, ଆଡ୍ ଫ୍ୟାକଟରସ ଭଳି କମ୍ପାନିରେ ନିଯୁକ୍ତି ମିଳିଛି । ସବୁଠୁ ବଡ କଥା ହେଲା, ଛାତ୍ରଛାତ୍ରୀ ମାନଙ୍କୁ ଦୁବାଇ, ଆବୁଧାବି ଓ କତାର ଭଳି ଦେଶରେ ପ୍ଲେସମେଣ୍ଟ ମିଳିଛି । ଅଧିକାଂଶ ଛାତ୍ରଛାତ୍ରୀ ମାନେ ଭାରତରେ ଅବସ୍ଥିତ ଆମେରିକୀୟ କମ୍ପାନିରେ ନିଯୁକ୍ତି ଅଫର ପାଇଛନ୍ତି ।
ସେହିଭଳି ସାମ୍ବାଦିକତା ଛାତ୍ରଛାତ୍ରୀ ମାନେ ସର୍ବୋଚ୍ଚ ୫.୪୦ ଲକ୍ଷ ଟଙ୍କା ପ୍ୟାକେଜରେ ବିଭିନ୍ନ ପ୍ରତିଷ୍ଠିତ ଗଣମାଧ୍ୟମ ଓ ଲୋକସମ୍ପର୍କ ଅନୁଷ୍ଠାନରେ ନିଯୁକ୍ତି ପାଇଁ ଅଫର ପାଇଛନ୍ତି । ବିଶ୍ୱବିଦ୍ୟାଳୟ ନିଜର ଛାତ୍ରଛାତ୍ରୀମାନଙ୍କୁ ଫିନାନସିଆଲ, ଏଫଏମସିଜି, ଇନଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ୍, କନସଲଟିଂ, ଆଇଟି, ମିଡ଼ିଆ, ପବ୍ଲିକ ରିଲେସନସ୍ ଓ ଆଡଭରଟାଇଜିଂ କ୍ଷେତ୍ରରେ ସ୍ଥାନିତ କରିଛି । ଯାହା ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟରେ ପଢିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରୁଛି ।