ସଙ୍କଟରେ କର୍ଣ୍ଣାଟକ ରାଜନୀତି ! ଦେବଗୌଡାଙ୍କ ବିରୋଧରେ କଂଗ୍ରେସ ବିଦ୍ରୋହୀ ପ୍ରାର୍ଥୀ ।

ସଙ୍କଟରେ କର୍ଣ୍ଣାଟକ ରାଜନୀତି ! ଦେବଗୌଡାଙ୍କ ବିରୋଧରେ କଂଗ୍ରେସ ବିଦ୍ରୋହୀ ପ୍ରାର୍ଥୀ ।

The Financial Express

କର୍ଣ୍ଣାଟକ ରାଜନୀତିରେ ଏବେ ନୂଆ ସଙ୍କଟ ଦେଖାଦେଇଛି। କର୍ଣ୍ଣାଟକରେ ଜେଡିଏସ୍- କଂଗ୍ରେସ ମେଣ୍ଟର ନିଷ୍ପତ୍ତି ଅନୁଯାୟୀ ଜେଡିଏସ୍ ଜାତୀୟ ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ା ମିଳିତ ପ୍ରାର୍ଥୀଭାବେ ତୁମକୁରରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା ହୋଇଥିଲା। କିନ୍ତୁ ଦୁଇ ମେଣ୍ଟ ସହଯୋଗୀଙ୍କ ନିଷ୍ପତ୍ତିକୁ ବିରୋଧ କରି ଆଜି ଦୁଇଜଣ ବିଦ୍ରୋହୀ କଂଗ୍ରେସ ନେତା ଦେବଗୌଡ଼ାଙ୍କ ବିରୋଧରେ ତୁମକୁରରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଜେଡିଏସ୍ ପକ୍ଷରୁ ଗୌଡ଼ାଙ୍କୁ ମିଳିତ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବା ବେଳେ ଦୁଇ ଜଣ କଂଗ୍ରେସ ନେତା କେଏନ୍ ରାଜନ ଏବଂ ଏସପି ମୁଦ୍ଦହନୁମେଗୌଡ଼ା ଏହାର ତୀବ୍ର ବିରୋଧ କରିଛନ୍ତି। ଗତ ନିର୍ବାଚନରେ ତୁମକୁରରୁ ନିର୍ବାଚନ ଜିତିଥିବା ମୁଦ୍ଦହନୁମେଗୌଡ଼ା ଆଜି ଜେଡିଏସକୁ ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାପାଇଁ ଅନୁରୋଧ କରିଛନ୍ତି। ସେହିପରି କଂଗ୍ରେସ ନେତା କେଏନ୍ ରାଜନ ଆଜି ପ୍ରାର୍ଥିପତ୍ର ଦାଖଲ କରି କହିଛନ୍ତି ଏହି ନିର୍ବାଚନ କ୍ଷେତ୍ରର କଂଗ୍ରେସ କର୍ମୀମାନେ ଜେଡିଏସ୍ ପ୍ରାର୍ଥୀ ଦେବଗୌଡ଼ାଙ୍କୁ ଚାହୁନାହାନ୍ତି। ତେଣୁ ସେ ତୁମକୁର ପରିବର୍ତ୍ତେ ବେଙ୍ଗାଲୁରୁ ଉତ୍ତରରୁ ନିର୍ବାଚନ ଲଢ଼ିବାପାଇଁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe