କନକ ବ୍ୟୁରୋ: ଆଜିଠୁ ରାଜ୍ୟରେ ଗର୍ଭବତୀ ମହିଳାଙ୍କୁ ଦିଆଯିବ ଟିକା । କୋ-ୱିନ୍ ପୋର୍ଟାଲରେ ଏଥିପାଇଁ ସ୍ୱତନ୍ତ୍ର ଫିଚର ବ୍ୟବସ୍ଥା କରାଯାଇଛି । ତେବେ ପଞ୍ଜିକରଣ ନ କରି ମଧ୍ୟ ସିଧା ଟିକାକେନ୍ଦ୍ରକୁ ଆସି ଗର୍ଭବତୀ ମହିଳା ଟିକା ନେଇପାରିବେ ।ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି,ଗର୍ଭବତୀ ମହିଳାମାନେ ଟିକାକେନ୍ଦ୍ରକୁ ଆସି ଧାଡିରେ ଠିଆହେବାକୁ ପଡିବ ନାହିଁ । ସେମାନଙ୍କୁ ତୁରନ୍ତ ଟିକା ଦିଆଯିବ । ଆଶାଦିଦି ଏ ନେଇ ସେମାନଙ୍କୁ ସହାୟତା କରିବେ । ତେବେ ଘରକୁ ଯାଇ ଟିକାଦେବାର କୌଣସି ବ୍ୟବସ୍ଥା କରାଯାଇନାହିଁ । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି, ବର୍ଷକୁ ୯ ଲକ୍ଷ ମହିଳା ଗର୍ଭବତୀ ହେବା ନେଇ ପଞ୍ଜିକରଣ କରନ୍ତି । ସେଥିମଧ୍ୟରୁ ପ୍ରଥମେ ସାଢେ ୪ ଲକ୍ଷଙ୍କୁ ଏବେ ଟିକା ପାଇଁ ଠାବ କରାଯାଇପାରିବ ।
କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମୀକ୍ଷା
ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ରାଜନାଥ ସିଂହ ଉପସ୍ଥିତ
ନବୀନଙ୍କ ସହ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା
ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ
ମହାରାଷ୍ଟ୍ର ଏବଂ କେରଳ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ @Naveen_Odisha#KanakNewspic.twitter.com/ajahXmOfP6— Kanak News (@kanak_news) July 16, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/15-18.jpg)