କନକ ବ୍ୟୁରୋ: ରାଜ୍ୟରେ ରେକର୍ଡ ଉପରେ ରେକର୍ଡ ଭାଙ୍ଗୁଛି କରୋନା ଗତି । ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଂଟାରେ ରାଜ୍ୟରେ ପୁଣି ଚିହ୍ନଟ ହୋଇଛନ୍ତି ସର୍ବାଧିକ ଆକ୍ରାନ୍ତ । ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୪ ହଜାର ଶହେ ୯୮ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୫୫୦୦୫କୁ ବୃଦ୍ଧି ପାଇଛି । ଆଜି ରାଜ୍ୟରେ ୪୧୯୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୭୬ ଓ ସ୍ଥାନୀୟ ଅଞ୍ଚଳରୁ ୧୭୨୨ ଆକ୍ରାନ୍ତ ଅଛନ୍ତି।
Covid-19 Report For 13th September
New Positives Cases: 4198
In quarantine: 2476
Local contacts: 1722(Details of local contacts will be shared by concerned Dist Administration)
District Wise Cases
1. Angul: 108
2. Balasore: 130
3. Bargarh: 95
4. Bhadrak: 53
5. Balangir: 197— I & PR Department, Odisha (@IPR_Odisha) September 14, 2020
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ଦ୍ବିତୀୟ ସର୍ବାଧିକ ୩୬୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୪୩, ଗଞ୍ଜାମ ଜିଲ୍ଲାରୁ ୪୪, ବଲାଙ୍ଗୀର ଜିଲ୍ଲାରୁ ୧୯୭, ବାଲେଶ୍ବର ଜିଲ୍ଲାରୁ ୧୩୦, କୋରାପୁଟ ଜିଲ୍ଲାରୁ ୯୯, ଭଦ୍ରକ ଜିଲ୍ଲାରୁ ୫୩, ରାୟଗଡ଼ା ଜିଲ୍ଲାରୁ ୧୩୬, ପୁରୀ ଜିଲ୍ଲାରୁ ୩୧୦, ସୁନ୍ଦରଗଡ଼ ଜିଲ୍ଲାରୁ ୧୯୫, ଜଗତସିଂହପୁର ଜିଲ୍ଲାରୁ ୯୭, ସମ୍ବଲପୁର ଜିଲ୍ଲାରୁ ୧୩୦, କଳାହାଣ୍ଡି ଜିଲ୍ଲାରୁ ୯୩, ଯାଜପୁର ଜିଲ୍ଲାରୁ ୧୫୬, କନ୍ଧମାଳ ଜିଲ୍ଲାରୁ ୭୮, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪୩, ମାଲକାନଗିରି ଜିଲ୍ଲାରୁ ୨୨, ଗଜପତି ଜିଲ୍ଲାରୁ ୧୪, ମୟୂରଭଞ୍ଜ ଜିଲ୍ଲାରୁ ୧୩୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୯୫, ଢେଙ୍କାନାଳ ଜିଲ୍ଲାରୁ ୮୦, ନବରଙ୍ଗପୁର ଜିଲ୍ଲାରୁ ୯୮, କେନ୍ଦୁଝର ଜିଲ୍ଲାରୁ ୬୩, ସୁବର୍ଣ୍ଣପୁର ଜିଲ୍ଲାରୁ ୭୪, ଅନୁଗୁଳ ଜିଲ୍ଲାରୁ ୧୦୮, ବରଗଡ଼ ଜିଲ୍ଲାରୁ ୯୫, ନୂଆପଡ଼ା ଜିଲ୍ଲାରୁ ୧୧୬, ଦେବଗଡ଼ ୩୪ ଓ ବୌଦ୍ଧ ଜିଲ୍ଲାରୁ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏବେ ରାଜ୍ୟରେ ମୋଟ୍ ୧୧୮୬୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୬୭୩ ରହିଛି।