ରାଜ୍ୟରେ ଦିନକରେ ୧୦ ମୃତ, ୩୮୬୧ ନୂଆ ଆକ୍ରାନ୍ତ ଚିହ୍ନଟ: ସଙ୍ଗରୋଧରୁ ୨୨୭୮ ଓ ସ୍ଥାନୀୟ ଅଞ୍ଚଳରୁ ୧୫୮୩; ଖୋର୍ଦ୍ଧାରୁ ସର୍ବାଧିକ ୭୬୭ ଚିହ୍ନଟ

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୭,୮୯୨କୁ ବୃଦ୍ଧି

222

କନକ ବ୍ୟୁରୋ: ରାଜ୍ୟରେ ଆଜି ପୁଣି ରେକର୍ଡ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ୩୦ ଜିଲ୍ଲାରୁ ଆଜି ପୁଣି ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଥନ୍ତି । ଆଜି ସାରା ରାଜ୍ୟରୁ ୩୮ ଶହ ୬୧ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୭୮୯୨କୁ ବୃଦ୍ଧି ପାଇଛି । ସେହିଭଳି  ୨୪ ଘଂଟାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୫୫୬ରେ ପହଚିଂଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମଧ୍ୟରୁ ୨୨ ଶହ ୭୮ ଜଣ ରାଜ୍ୟର ବିଭିନ୍ନ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୧୫୮୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ, ଆଜି ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୨୦, ବାଲେଶ୍ୱରରୁ ୧୦୫, ବରଗଡରୁ ୧୭୬, ଭଦ୍ରକରୁ ୭୪, ବଲାଙ୍ଗୀରର ୭୫, ବୌଦ୍ଧରୁ ୨୨, କଟକରୁ ୩୮୬, ଦେବଗଡରୁ ୧୨, ଢେଙ୍କାନଳରୁ ୭୪, ଗଜପତିରୁ ୯୧, ଗଂଜାମରୁ ୯୧, ଜଗତସିଂହପୁରରୁ ୮୬, ଯାଜପୁରରୁ ୨୮୫, ଝାରସୁଗୁଡାରୁ ୧୯୯, କଳାହଣ୍ଡିରୁ ୨୮, କନ୍ଧମାଳରୁ ୨୫, କେନ୍ଦ୍ରପଡାରୁ୮୩୮, କେନ୍ଦୁଝରରୁ ୬୬, ଖୋର୍ଧାରୁ ୭୬୭ , କୋରାପୁଟରୁ ୮୬, ମାଲକାନଗିରିରୁ ୩୩, , ମୟୂରଭଂଜରୁ ୧୨୨, ନବରଙ୍ଗପୁରରୁ ୪୪, ନୟାଗଡାରୁ ୫୭, ନୂଆପଡାରୁ ୪୮, ପୁରୀରୁ ୨୦୦, ରାୟଗଡାରୁ ୧୫୩, ସମ୍ବଲପୁରରୁ ୭୭, ସୋନପୁରରୁ ୧୧୭ଏବଂ ସୁନ୍ଦରଗଡରୁ ୯୬ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।