ଆଜି ରାଜ୍ୟର କରୋନା ମିଟର । ଦିନକରେ ୩୭୪୮ ଆକ୍ରାନ୍ତ, ୧୧ ମୃତ । ଖୋର୍ଦ୍ଧାରୁ ସର୍ବାଧିକ ୬୧୫, କଟକରୁ ୩୯୨ ଆକ୍ରାନ୍ତ ଚିହ୍ନଟ

Advertisment
ଆଜି ରାଜ୍ୟର କରୋନା ମିଟର । ଦିନକରେ ୩୭୪୮ ଆକ୍ରାନ୍ତ, ୧୧  ମୃତ । ଖୋର୍ଦ୍ଧାରୁ ସର୍ବାଧିକ ୬୧୫, କଟକରୁ ୩୯୨ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ: ରାଜ୍ୟରେ କରୋନାର ଭୟଙ୍କର ସ୍ଥିତି । ୨୪ ଘଂଟାରେ ରାଜ୍ୟର ୩୦ ଜିଲ୍ଲାରେ ୩୭ ଶହ ୪୮ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୧ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା  ୧୩୫୧୩୦କୁ ବୃଦ୍ଧି ପାଇଛି । ଏବଂ ମୃତ୍ୟୁ ସଂଖ୍ୟା  ୫୮୦କୁ ବୃଦ୍ଧି ପାଇଛି ।  ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୨ଶହ ୧୦ ଜଣ ଚିହ୍ନଟ ହୋଇଥିବା ବେଳେ ବାକି ୧୫ ଶହ ୩୮ ଜଣ ଆକ୍ରାନ୍ତ ହେଉଛନ୍ତି ସ୍ଥାନୀୟ ଅଂଚଳର ।

ସେହିଭଳି ଆଜି ଚିହ୍ନଟ ହୋଇଥିବା ୩୭୪୮ ନୂଆ ସଂକ୍ରିମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୧୫, କଟକରୁ ୩୯୨ ଆକ୍ରାନ୍ତ ଚିହ୍ନଟ,ଅନୁଗୁଳ ୫୭, ବାଲେଶ୍ୱର ୧୦୩, ବରଗଡ଼ ୯୨, ଭଦ୍ରକ ୪୬, ବଲାଙ୍ଗିର ୧୬୩, ବୌଦ୍ଧ ୫୮, ଦେବଗଡ଼ ୨୪, ଢେଙ୍କାନାଳ ୬୫,ଗଜପତି ୩୩,ଗଞ୍ଜାମ ୭୧, ଜଗତସିଂହପୁର ୭୦,ଯାଜପୁର ୧୪୦ ଝାରସୁଗୁଡ଼ା ୭୦,କଳାହାଣ୍ଡି ୩୮ ଚିହ୍ନଟ ହୋଇଛନ୍ତି । କନ୍ଧମାଳ ୮୮, କେନ୍ଦ୍ରାପଡ଼ା ୧୧୬,କେନ୍ଦୁଝର ୬୩,କୋରାପୁଟ ୯୭,ମାଲକାନଗିରି ୨୧,ମୟୂରଭଞ୍ଜ ୩, ନବରଙ୍ଗପୁର ୧୨୧,ନୟାଗଡ଼ ୬୯,ନୂଆପଡ଼ା ୧୦୭,ପୁରୀ ୩୮୭,ରାୟଗଡ଼ା ୮୨,ସମ୍ବଲପୁର ୭୯,ସୋନପୁର ୧୨୪,ସୁନ୍ଦରଗଡ଼ ୧୫୭ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe