ରେକର୍ଡ ଭାଙ୍ଗୁଛି କରୋନା: ସାରା ଓଡିଶାରୁ ଆଜି ପୁଣି ୩,୬୮୨ ପଜିଟିଭ; ଖୋର୍ଦ୍ଧାରୁ ସର୍ବାଧିକ ୭୭୫ ଏବଂ ରାୟଗଡାରୁ ୪୯୫ ଜଣ କରୋନା ସଂକ୍ରମିତ ଚିହ୍ନଟ: ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୪ ହଜାର ପାର୍

488

କନକ ବ୍ୟୁରୋ: ୩୦ ଜିଲ୍ଲାରୁ ଆଜି ଆଉ ୩୬ ଶହ ୮୨ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆଜି ପୁଣି ସାରା ଓଡିଶାରୁ ସର୍ବାଧିକ ୩୬ ଶହ ୮୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୨୨ ଶହ ୪୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୧୪୪୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪ ହଜାର ୬୬୮କୁ ବୃଦ୍ଧି ପାଇଛି ।