ରାଜ୍ୟରେ ବଢୁଛି ‘କରୋନା’ର କାୟା: ଦିନକରେ ୩୫୪୩ ଆକ୍ରାନ୍ତ,୭ ମୃତ; ଖୋର୍ଦ୍ଧାରୁ ସର୍ବାଧିକ ୮୭୮, ମୟୂରଭଂଜରୁ ୩୨୬ କରୋନା ସଂକ୍ରମିତ ଚିହ୍ନଟ

Advertisment
ରାଜ୍ୟରେ ବଢୁଛି ‘କରୋନା’ର କାୟା: ଦିନକରେ ୩୫୪୩ ଆକ୍ରାନ୍ତ,୭ ମୃତ; ଖୋର୍ଦ୍ଧାରୁ ସର୍ବାଧିକ ୮୭୮, ମୟୂରଭଂଜରୁ ୩୨୬ କରୋନା ସଂକ୍ରମିତ ଚିହ୍ନଟ

କନକ ବ୍ୟୁରୋ: ରାଜ୍ୟରେ ଆଜି ପୁଣି ରେକର୍ଡ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ୩୦ ଜିଲ୍ଲାରୁ ଆଜି ଅ୍ଧମ ୩୫୫ ଶହ ୪୩ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ନୂଆ ସଂକ୍ର ମିତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୦୨୨୧କୁ ବୃଦ୍ଧି ପାଇଛି । ସେହିଭଳି ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମଧ୍ୟରୁ ୨୧ ଶହ ୬୧ ଜଣ ରାଜ୍ୟର ବିଭିନ୍ନ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୧୩୮୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିଭଳି ରାଜ୍ୟରେ ୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟପଟେ, ଆଜି ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୬୮, ବାଲେଶ୍ୱରରୁ ୧୫୩, ବରଗଡରୁ ୨୭୪, ଭଦ୍ରକରୁ ୫୦, ବଲାଙ୍ଗୀରର ୩୭, ବୌଦ୍ଧରୁ ୬୭, କଟକରୁ ୨୯୫, ଦେବଗଡରୁ ୪, ଢେଙ୍କାନଳରୁ ୬୯, ଗଜପତିରୁ ୨୯, ଗଂଜାମରୁ ୧୦୨, ଜଗତସିଂହପୁରରୁ ୮୫, ଯାଜପୁରରୁ ୨୦୬, ଝାରସୁଗୁଡାରୁ ୮୭, କଳାହଣ୍ଡିରୁ ୩୭, କନ୍ଧମାଳରୁ ୩୮, କେନ୍ଦ୍ରପଡାରୁ ୪୮, କେନ୍ଦୁଝରରୁ ୪୪, ଖୋର୍ଧାରୁ ୮୭୮ , କୋରାପୁଟରୁ ୯୦, ମାଲକାନଗିରିରୁ ୨୫, , ମୟୂରଭଂଜରୁ ୩୨୬, ନବରଙ୍ଗପୁରରୁ ୩୩, ନୟାଗଡାରୁ ୩୪, ନୂଆପଡାରୁ ୯୮, ପୁରୀରୁ ୬୧, ରାୟଗଡାରୁ ୬୭, ସମ୍ବଲପୁରରୁ ୮୩, ସୋନପୁରରୁ ୯୯ ଏବଂ ସୁନ୍ଦରଗଡରୁ ୫୬ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe