ସାରା ରାଜ୍ୟରୁ ସର୍ବାଧିକ ୩୩୭୧ ପଜିଟିଭ ଚିହ୍ନଟ । ସଙ୍ଗରୋଧରୁ ୨୦୫୩ ଓ ସ୍ଥାନୀୟ ଅଞ୍ଚଳରୁ ୧୩୧୮ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭,୬୦୨ ରେ ପହଞ୍ଚିଲା

917

କନକ ବ୍ୟୁରୋ: ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ମହାମାରୀ । ଗତ ୨୪ ଘଂଟାରେ ରାଜ୍ୟର ୩୦ ଜିଲ୍ଲାରୁ ସର୍ବାଧିକ ୩ ହଜାର ୩୭୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮୭ ହଜାର ୬୦୨କୁ ବୃଦ୍ଧି ପାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୫୩ଜଣ ଚିହ୍ନଟ ହୋଇଥିବା ବେଳେ ବାକି ୧୩ ଶହ ୧୮ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୫୪୭ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ, କଟକରୁ ୩୫୭  ଏବଂ ଗଂଜାମ ୪୪୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ, ଅନୁଗୁଳରୁ ୬୩, ବାଲେଶ୍ୱରରୁ ୯୮, ବରଗଡରୁ ୯୮, ଭଦ୍ରକରୁ ୧୧୪, ବଲାଙ୍ଗୀରରୁ ୭୬, ବୌଦ୍ଧରୁ ୪, ଦେବଗଡ ୮, ଢେଙ୍କାନାଳରୁ ୬୭, ଗଜପତିରୁ ୪୧, ଜଗତସିଂହପୁରରୁ ୯୫, ଯାଜପୁରରୁ ୧୭୩, ଝାରସୁଗୁଡାରୁ ୯୩,ମୟୂରଭଞ୍ଜରୁ ୯୨, କୋରାପୁଟରୁ ୯୧, ବଲାଙ୍ଗିର ଓ କେନ୍ଦ୍ରାପଡ଼ାରୁ ୭୬ ଲେଖାଏଁ, କେନ୍ଦୁଝରରୁ ୭୪, ଢେଙ୍କାନାଳରୁ ୬୭, ନବରଙ୍ଗପୁରରୁ ୬୫, ଅନୁଗୁଳରୁ ୬୩, ଗଜପତି ଓ କନ୍ଧମାଳରୁ ୪୧ ଲେଖାଏଁ ଚିହ୍ନଟ । କଳାହାଣ୍ଡିରୁ ୨୮, ନୂଆପଡ଼ାରୁ ୧୫, ଦେବଗଡ଼ରୁ ୮, ବୌଦ୍ଧରୁ ୪ ଓ ସୁବର୍ଣ୍ଣପୁରରୁ ୩ ଚିହ୍ନଟ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭,୬୦୨ ରେ ପହଞ୍ଚିଥିଲା ବେଳେ ୫୯ ହଜାର ୪୭୦ ସୁସ୍ଥ, ୨୭ ହଜାର ୬୩୮ ଚିକିତ୍ସାଧୀନ ଅଛନ୍ତି ।