କନକ ବ୍ୟୁରୋ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଂଟାରେ ରାଜ୍ୟରେ ପୁଣି ୩୨ ଶହ ୫୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୭ ହଜାର ୯୨୦କୁ ବୃଦ୍ଧି ପାଇଛି । ଏପଟେ ଆଜି ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୯ ହଜାର ୮୭ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ବାକି ୧୨ ଶହ ୬୫ ଜଣ ହେଉଛନ୍ତି ସ୍ଥାନୀୟ ଅଂଚଳର ।
Covid-19 Report For 28th August
New Positives Cases: 3252
In quarantine: 1987
Local contacts: 1265(Details of local contacts will be shared by concerned District Administration)
District Wise Cases
1. Angul: 11
2. Balasore: 78
3. Bargarh: 146
4. Bhadrak: 76
5. Balangir: 64— I & PR Department, Odisha (@IPR_Odisha) August 29, 2020
୩୨ଶହ ୫୨ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରେ ୭୬୨ ଜଣ ଆକ୍ରାନ୍ତ ଥିବା ବେଳେ ରାୟଗଡ଼ାରୁ ୪୫୦ ଜଣ ଆକ୍ରାନ୍ତ ଅଛନ୍ତି । ସେହିପରି କଟକରୁ ୩୨୩ଜଣ, ଗଞ୍ଜାମରୁ ୧୬୯ଜଣ, ବରଗଡ଼ରୁ ୧୪୬ଜଣ, ପୁରୀରୁ ୧୩୫ଜଣ ମୟୁରଭଂଜରୁ ୧୨୩ଜଣ, ନୟାଗଡ଼ରୁ ୧୨୦ଜଣ, ଆକ୍ରାନ୍ତ ଚିହ୍ନ଼ଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୧ଜଣ, ବାଲେଶ୍ୱରରୁ ୭୮ଜଣ, ଭଦ୍ରକରୁ ୭୬ଜଣ, ବଲାଙ୍ଗୀରରୁ ୬୪ଜଣ, ବୌଦ୍ଧରୁ ୩୮ଜଣ, ଦେବଗଡ଼ରୁ ୭ଜଣ, ଢ଼େଙ୍କାନାଳରୁ ୯୪ଜଣ, ଗଜପତିରୁ ୨୦ଜଣ, ଜଗତସିଂହପୁରରୁ ୩୬ଜଣ, ଯାଜପୁରରୁ ୮୩ଜଣ, ଝାରସୁଗୁଡ଼ାରୁ ୫୫ଜଣ, କଳାହାଣ୍ଡିର ୁ୨ଜଣ, କନ୍ଧମାଳରୁ ୨୬ଜଣ, କେନ୍ଦ୍ରାପଡ଼ାରୁ ୭୭ଜଣ, କେନ୍ଦୁଝରରୁ ୫୦ଜଣ, କୋରାପୁଟରୁ ୨୫ଜଣ, ମାଲକାନାଗିରରୁ ୨୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁରରୁ ୪୧ଜଣ, ନୂଆପଡ଼ାରୁ ୨୫ଜଣ, ସମ୍ବଲପୁରରୁ ୬୩ଜଣ, ସୋନପୁରରୁ ୩୮ଜଣ, ସୁନ୍ଦରଗଡ଼ରୁ ୯୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଯାଏ ୬୭ ହଜାର ୮୨୬ ଜଣ ସୁସ୍ଥ ହୋଇଥିବା ବେଳେ ୨୯ ହଜାର ୫୭୧ ଜଣ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ।