ରାଜ୍ୟରେ କମୁଛି ‘କରୋନା’ ଗତି ! ଦିନକରେ ୩୦୫୩ ଆକ୍ରାନ୍ତ, ୧୭ ମୃତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬୧ ସଂକ୍ରମିତ ଚିହ୍ନଟ

410

କନକ ବ୍ୟୁରୋ: ଆଜି ରାଜ୍ୟରେ ୩ ହଜାର ୫୩ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୮ଶହ ୪ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୨୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଧାରୁ ସର୍ବାଧିକ ୫୬୧ ଜଣ ଆକ୍ରାନ୍ତ ରହିଛନ୍ତି । କଟକରୁ ୨୫୬, ମୟୂରଭଂଜରୁ ୧୫୩, ଯାଜପୁରରୁ ୧୧୦, ଅନୁଗୁଳରୁ ୬୪, ବାଲେଶ୍ୱରରୁ ୮୫, ବରଗଡରୁ ୯୮, କେନ୍ଦ୍ରାପଡାରୁ ୧୧୫, କେନ୍ଦୁଝରରୁ ୧୩୩, ଜଗତସିଂହପୁରରୁ ୧୪୬,ଝାରସୁଗୁଡାରୁ ୧୪୬, ସମ୍ବଲପୁରରୁ ୧୨୩, ନବରଙ୍ଗପୁରରୁ ୧୪ ଜଣ ଆକ୍ରାନ୍ତ ରହିଛନ୍ତି ।

ସେହିପରି ପୁରୀରୁ ୧୨୭, ସୋନପୁରରୁ ୮୩, ସୁନ୍ଦରଗଡରୁ ୯୮, ନୂଆପଡାରୁ ୫୬, କୋରାପୁଟରୁ ୪୪, କନ୍ଧମାଳରୁ ୩୨, ବଲାଙ୍ଗିରରରୁ ୯୭, ଭଦ୍ରକରୁ ୭୦, ଗଂଜାମରୁ ୫୨, ଢେଙ୍କାନାଳରୁ ୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତମାନ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ରହିଛି ୨ ଲକ୍ଷ ୨୯ହଜାର ୩୮୭କୁ ବୃଦ୍ଧି ହୋଇଛି । ଆକ୍ଟିଭ୍ ମାମଲା ସଂଖ୍ୟା ୩୪ ହଜାର ୩୧୪ ରହିଛି । ସୁସ୍ଥ ସଂଖ୍ୟା ୧ ଲକ୍ଷ ୯୪ ହଜାର ଅତିକ୍ରମ କରିଛି । ସେହିଭଳି ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୧୭ ଜଣ ପ୍ରାଣ ହରାଇଛନ୍ତି ।