କନକ ବ୍ୟୁରୋ: ରାଜ୍ୟରେ କାୟା ମେଲାଇ ବଢି ଚାଲିଛି କରୋନା ମହାମାରୀ । କାଲିର ରେକର୍ଡ ଆଜି ଭାଙ୍ଗୁଛି କରୋନା ଭୁତାଣୁ । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ସର୍ବାଧିକ ୨୯୨୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମଗ୍ର ଓଡିଶାରୁ ଆଜି ରେକର୍ଡ ସଂଖ୍ୟକ ୨୯ ଶହ ୨୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 15th August
New Positives Cases: 2924
In quarantine: 1815
Local contacts: 1109(Details of local contacts will be shared by concerned District Administration)
District Wise Cases
1. Angul: 37
2. Balasore: 127
3. Bargarh: 48
4. Bhadrak: 107
5. Balangir: 27— I & PR Department, Odisha (@IPR_Odisha) August 16, 2020
ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୧୮ ଶହ ୧୫ ଜଣ ଆକ୍ରାନ୍ତ ଠାବ ହୋଇଥିବା ବେଳେ ବାକି ୧୧ ଶହ ୯ ଜଣ ହେଉଛନ୍ତି ସ୍ଥାନୀୟ ଅଂଚଳରୁ । ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦ ହଜାର ୫୦କୁ ବୃଦ୍ଧି ପାଇଛି । ସେହିଭଳି ଦିନିକିଆ କରୋନା ସଂକ୍ରମିତ ତୁଳନାରେ ଆଜି ବି ଗଂଜାମ ଜିଲ୍ଲାରୁ ଟପିଛି ଖୋର୍ଧା । ଆଜି ଖୋର୍ଧାରେ ସର୍ବାଧିକ ୪୮୮ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଗଂଜାମ ଜିଲ୍ଲାରୁ୩୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିଭଳି ଅନୁଗୁଳରୁ ୩୭, ବାଲେଶ୍ୱରରୁ ୧୨୭, ବରଗଡରୁ ୪୮, ଭଦ୍ରକରୁ ୧୦୭, ବଲାଙ୍ଗିରରୁ ୨୭, ବୌଦ୍ଧରୁ ୮, କଟକରୁ ୧୮୯ , ଦେବଗଡରୁ ୧୬, ଢେଙ୍କାନାଳରୁ ୪୦, ଜଗପତିରୁ ୭୧, ଜଗତସିଂହପୁରରୁ ୪୭, ଯାଜପୁରରୁ ୨୦୦ , ଝାରସୁଗୁଡା ୩୦, କଳାହାଣ୍ଡିରୁ ୨୭, କନ୍ଧମାଳରୁ ୫୦, କେନ୍ଦ୍ରାପଡାରୁ ୬୦, କେନ୍ଦୁଝରରୁ ୨୬, କୋରାପୁଟରୁ ୯୫, ମାଲକାନଗିରିରୁ ୯୩, ମୟୂରଭଂଜରୁ ୧୩୬, ନବରଙ୍ଗପୁରରୁ ୨୬, ନୟାଗଡରୁ ୧୪୨, ନୂଆପଡାରୁ ୨୦, ପୁରୀରୁ ୧୪୪, ରାୟଗଡାରୁ ୧୧୬, ସମ୍ବଲପୁରରୁ ୩୭, ସୋନପୁରରୁ ୩୮ ଏବଂ ସୁନ୍ଦରଗଡରୁ ୧୬୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।