ରାଜ୍ୟରେ ଧିମେଇଛି ମହାମାରୀର ଗତି ! ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ତଳେ । ୨୪ ଘଂଟାରେ ୨୬ଶହ ୧୭ ଆକ୍ରାନ୍ତ ଚିହ୍ନଟ, ୧୭ ମୃତ

436

କନକ ବ୍ୟୁରୋ: ରାଜ୍ୟରେ ଧିମେଇଛି କରୋନା ମହାମାରୀର ଗତି । ଆଜି ରାଜ୍ୟରେ ୩ ହଜାର ତଳେ ରହିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ସାରା ରାଜ୍ୟରୁ ୨ ହଜାର ୬ଶହ ୧୭ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୭ ଜଣ ଆକ୍ରାନ୍ତଙ୍କ କରୋନା ଜନିତ ମୃତ୍ୟୁ ଘଟିଛି । ତେବେ ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୩୫ ହଜାର ୩୩୦କୁ ବୃଦ୍ଧି ପାଇଛି । ଏପଟେ ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୧୫ ଶହ ୨୧ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୦୯୬ ଆକ୍ରାନ୍ତ ହେଉଛନ୍ତି ସ୍ଥାନୀୟ ଅଂଚଳର ।

ତେବେ ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୩୬, ବରଗଡରୁ ୧୪୮, କେନ୍ଦ୍ରାପଡାରୁ ୧୩୨, ଅନୁଗୁଳରୁ ୧୧୫, ଯାଜପୁରରୁ ୧୧୨,ବରାଙ୍ଗିରରୁ ୧୦୯, କେନ୍ଦୁଝରରୁ ୧୦୭, ସମ୍ବଲପୁରରୁ ୧୦୬ ଏବଂ ମୟୂରଭଂଜରୁ ୧୦୧ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିଭଳି ବାଲେଶ୍ୱରରୁ ୭୯, ଭଦ୍ରକରୁ ୪୯, ବୌଦ୍ଧରୁ ୧୮, ଦେବଗଡରୁ ୧୮, ଢେଙ୍କାନାଳରୁ ୭୪, ଜଗପତିରୁ ୭, ଗଂଜାମରୁ ୪୩, ଜଗତସିଂହପୁରରୁ ୪୫,ଝାରସୁଗୁଡାରୁ ୪୬, କଳାହାଣ୍ଡିରୁ ୪୪, କନ୍ଧମାଳରୁ ୩୨,କୋରାପୁଟରୁ ୪୩, ମାଲକାନଗିରିରୁ ୬୭, ନବରଙ୍ଗପୁରରୁ ୫୯, ନୟାଗଡରୁ ୩୮, ନୂଆପଡାରୁ ୫୮,ପୁରୀରୁ ୭୯, ରାୟଗଡାରୁ ୨୬, ସୋନପୁରରୁ ୨୩ ଏବଂ ସୁନ୍ଦରଗଡରୁ ୯୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ବର୍ତମାନ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ରହିଛି ୨ ଲକ୍ଷ ୩୫ହଜାର ୩୩୦କୁ ବୃଦ୍ଧି ହୋଇଛି । ଆକ୍ଟିଭ୍ ମାମଲା ୩୨୦୫୧ ରହିଥିଲା ବେଳେ ସୁସ୍ଥ ସଂଖ୍ୟା ୨୦୨୩୦୨ ରହିଛି । ସେହିଭଳି ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୧୭ ଜଣ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରୁ ଭୁବନେଶ୍ୱର, ବାଲେଶ୍ୱର ଏବଂ ବୌଦ୍ଧରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ ଏବଂ ପୁରୀରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡ, ରାୟଗଡା, ନବରଙ୍ଗପୁର, କେନ୍ଦୁଝର ଏବଂ ଅନୁଗୁଳରୁ ଜଣେ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୯୨୪କୁ ବୃଦ୍ଧି ପାଇଛି ।