ଆଜି ୨୬ ଶହ ୨ ପଜିଟିଭ, ୧୦ ମୃତ: ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୬, କଟକରୁ ୨୩୬ ଜଣ ଆକ୍ରାନ୍ତ ଚିହ୍ନଟ; ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୩୫ ହଜାର ୩୬କୁ ବୃଦ୍ଧି

Advertisment
ଆଜି ୨୬ ଶହ ୨ ପଜିଟିଭ, ୧୦ ମୃତ: ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୬, କଟକରୁ ୨୩୬ ଜଣ ଆକ୍ରାନ୍ତ ଚିହ୍ନଟ; ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୩୫ ହଜାର ୩୬କୁ ବୃଦ୍ଧି

କନକ ବ୍ୟୁରୋ: ରାଜ୍ୟରେ ଏବେ କରୋନାର କାୟା ଧିରେ ଧିରେ ମନ୍ଥର ହେବାରେ ଲାଗିଛି  । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୬ ଶହ ୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ।  ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୩୫ ହଜାର ୩୬କୁ ବୃଦ୍ଧି ପାଇଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୯୨କୁ ବୃଦ୍ଧି ପାଇଛି । ସେହିଭଳି ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ ଶହ ୬୧ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ହଜାରେ ୪୧ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି ।

ଆଜି ୩୦ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ୬୧୬ ଜଣ ଆକ୍ରାନ୍ତ ଖୋର୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୩୬ ଏବଂ ଗଂଜାମ ଜିଲ୍ଲାରୁ ୧୯୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗଳରୁ ୧୪, ବାଲେଶ୍ୱରରୁ ୧୦୩, ବରଗଡରୁ ୮୨, ଭଦ୍ରକରୁ ୪୭, ବଲାଙ୍ଗୀରରୁ ୪୨, ବୌଦ୍ଧରୁ ୯, ଦେବଗଡରୁ ୩, ଢେଙ୍କାନାଳରୁ ୬୭, ଗଜପତିରୁ ୭, ଜଗତସିଂହପୁରରୁ ୮୨, ଯାଜପୁରରୁ ୧୦୩, ଝାରସୁଗୁଡାରୁ ୮୫, କାଳାହାଣ୍ଡିରୁ ୬୩, କେନ୍ଦ୍ରାପଡାରୁ ୧୨୮, କେନ୍ଦୁଝରରୁ ୮୬, କୋରାପୁଟରୁ ୧୨୭, ମାଲକାନଗିରିରୁ ୮୦,  ମୟୂରଭଂଜରୁ ୭୨, ନବରଙ୍ଗପୁରରୁ ୧୮, ନୟାଗଡରୁ ୯୧, ନୂଆପଡାରୁ ୧୬, ପୁରୀରରୁ ୪୬, ରାୟଗଡାରୁ ୫୪, ସମ୍ବଲପୁରରୁ ୭୮, ସୋନପୁରରୁ ୨୧ ଏବଂ ସୁନ୍ଦରଗଡରୁ ୧୯ ଜଣ ନୂା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ଆଜି କରୋନା ଯୋଗୁ ମୃତ୍ୟୁ ବରଣ କରିଥିବା ୧୦ ଆକ୍ରାନ୍ତଙ୍କ ଭିତରେ ଅଛନ୍ତି କନ୍ଧମାଳରୁ ୩, ଖୋର୍ଧାରୁ ୨, ଭୁବନେଶ୍ୱର, ଗଂଜାମ, ନୟାଗଡ, ରାୟଗଡା ଏବଂ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe