ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ରାଜ୍ୟରେ ସର୍ବାଧିକ ୨୪୯୬ ପଜିଟିଭ ଚିହ୍ନଟ; ସଙ୍ଗରୋଧରୁ ୧୫୯୧ ଓ ସ୍ଥାନୀୟ ଅଞ୍ଚଳରୁ ୯୦୫

Advertisment
ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ରାଜ୍ୟରେ ସର୍ବାଧିକ ୨୪୯୬ ପଜିଟିଭ ଚିହ୍ନଟ; ସଙ୍ଗରୋଧରୁ ୧୫୯୧ ଓ ସ୍ଥାନୀୟ ଅଞ୍ଚଳରୁ ୯୦୫

କନକ ବ୍ୟୁରୋ: ରାଜ୍ୟରେ କରୋନାର ବିସ୍ଫୋରକ ସ୍ଥିତି । ଆଜି ଗୋଟିଏ ଦିନରେ ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ । ଗତ ୨୪ ଘଂଟା ଭିତରେ ୨୯ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ୨୯ ଜିଲ୍ଲାରୁ ସର୍ବାଧିକ ୨୪୯୬ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୭ ହଜାର ୧୨୬କୁ ବୃଦ୍ଧି ପାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ ଶହ ୯୧ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୯୦୫ ହେଉଛନ୍ତି ସ୍ଥାନୀୟ ଅଂଚଳର ।

ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୭୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରେ ୩୨୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ବାଲେଶ୍ୱର ଜିଲ୍ଲାରେ ୧୬୫, ବୌଦ୍ଧ ଜିଲ୍ଲାରେ ୧୧୫, କଟକ ଜିଲ୍ଲାରେ ୧୨୮, କୋରାପୁଟ ଜିଲ୍ଲାରେ ୧୩୩, ରାୟଗଡ଼ା ଜିଲ୍ଲାରେ ୧୪୬, ସୁନ୍ଦରଗଡ଼ ଜିଲ୍ଲାରେ ୧୫୬, ଭଦ୍ରକ ଜିଲ୍ଲାରେ ୧୦୨, ଗଜପତିରେ ୬୮, ଯାଜପୁରରେ ୧୧, ଜଗତସିଂହପୁର ଜିଲ୍ଲାରେ ୧୪, ପୁରୀରେ ୯୩, କେନ୍ଦ୍ରାପଡ଼ା ଜିଲ୍ଲାରେ ୧୩, ସୁନ୍ଦରଗଡ଼ରେ ୧୫୬, ବଲାଙ୍ଗୀରରେ ୯୨, କନ୍ଧମାଳରେ ୯୮, ମୟୂରଭଞ୍ଜରେ ୨୩, ନୟାଗଡ଼ରେ ୪, କେନ୍ଦୁଝରରେ ୫୧, ନୂଆପଡ଼ାରେ ୧୬, ଝାରସୁଗୁଡ଼ାରେ ୧୯, ଢେଙ୍କାନାଳରେ ୬୯, କଳାହାଣ୍ଡିରେ ୪୨, ବରଗଡ଼ ଜିଲ୍ଲାରେ ୧୦୨, ଅନୁଗୁଳରେ ୧୨, ମାଲକାନଗିରିରେ ୭୩, ସମ୍ବଲପୁରରେ ୮୧, ସୋନପୁର ଜିଲ୍ଲାରେ ୨୦ ଓ ନବରଙ୍ଗପୁର ଜିଲ୍ଲାରେ ୧୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe