ରାଜ୍ୟରେ ଆଉ ୨୨୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ସଙ୍ଗରୋଧରୁ ୧୩୯୦ ଓ ସ୍ଥାନୀୟ ଅଞ୍ଚଳରୁ ୮୫୪; ୮ ଜିଲ୍ଲାରେ ଶହେ ଉପରେ ରହିଛି ସଂକ୍ରମିତଙ୍କ ସଂଖ୍ୟା

ରାଜ୍ୟରେ ଆଉ ୨୨୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ସଙ୍ଗରୋଧରୁ ୧୩୯୦ ଓ ସ୍ଥାନୀୟ ଅଞ୍ଚଳରୁ ୮୫୪; ୮ ଜିଲ୍ଲାରେ ଶହେ ଉପରେ ରହିଛି ସଂକ୍ରମିତଙ୍କ ସଂଖ୍ୟା

କନକ ବ୍ୟୁରୋ:  ରାଜ୍ୟରେ କାୟା ମେଲାଇ ବଢି ଚାଲିଛି କରୋନା ମହାମାରୀ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି । ଗତକାଲି ରାଜ୍ୟରେ ସର୍ବାଧିକ ୨୯ ଶହ ୨୪ ଜଣ ନୂଆ ଆକ୍ରନ୍ତ ଚିହ୍ନଟ ହୋଇଥିବା ଆଜି ପୁଣି ୨୨୪୪ ଜଣ ଆକ୍ରାନ୍ତ ରାଜ୍ୟର ୨୯ଟି ଜିଲ୍ଲାରୁ ଠାବ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨ ହଜାର ୨୯୪କୁ ବୃଦ୍ଧି ପାଇଛି ।

ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୧୩ ଶହ ୯୦ ଜଣ  ଆକ୍ରାନ୍ତ ଠାବ ହୋଇଥିବା ବେଳେ ବାକି ୮ ଶହ ୫୪ ଜଣ ହେଉଛନ୍ତି ସ୍ଥାନୀୟ ଅଂଚଳରୁ । ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା  ୬୨ ହଜାର ୨୯୪କୁ ବୃଦ୍ଧି ପାଇଛି । ସେହିଭଳି ଦିନିକିଆ କରୋନା ସଂକ୍ରମିତ ତୁଳନାରେ ଆଜି ବି ଗଂଜାମ ଜିଲ୍ଲାରୁ ଟପିଛି ଖୋର୍ଧା । ଆଜି ଖୋର୍ଧାରେ ସର୍ବାଧିକ  ୩୧୧ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଗଂଜାମ ଜିଲ୍ଲାରୁ ୨୪୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

publive-image

ସେହିଭଳି ଅନୁଗୁଳରୁ ୧୫, ବାଲେଶ୍ୱରରୁ ୧୪୨, ବରଗଡରୁ ୩୫, ଭଦ୍ରକରୁ ୧୦୪, ବଲାଙ୍ଗିରରୁ ୩୭, ବୌଦ୍ଧରୁ ୪୯, କଟକରୁ ୧୯୪ , ଢେଙ୍କାନାଳରୁ ୧୮, ଜଗପତିରୁ ୬, ଜଗତସିଂହପୁରରୁ ୧୬, ଯାଜପୁରରୁ ୯୮, ଝାରସୁଗୁଡାରୁ ୧୨, କଳାହାଣ୍ଡିରୁ ୬୭, କନ୍ଧମାଳରୁ ୫୦, କେନ୍ଦ୍ରାପଡାରୁ ୧୨୧, କେନ୍ଦୁଝରରୁ ୧୩, କୋରାପୁଟରୁ ୯୪, ମାଲକାନଗିରିରୁ ୯୮,  ମୟୂରଭଂଜରୁ ୯୧, ନବରଙ୍ଗପୁରରୁ ୨୧, ନୟାଗଡରୁ ୧୩, ନୂଆପଡାରୁ ୯, ପୁରୀରୁ ୬୮, ରାୟଗଡାରୁ ୧୬୦, ସମ୍ବଲପୁରରୁ ୩୫, ସୋନପୁରରୁ ୧୧ ଏବଂ ସୁନ୍ଦରଗଡରୁ ୧୩୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe