ରାଜ୍ୟରେ ଆଉ ୨୨୩୯ ନୂଆ ପଜିଟିଭ: ସଙ୍ଗରୋଧରୁ ୧୪୧୬ ଓ ସ୍ଥାନୀୟ ଅଞ୍ଚଳରୁ ୮୨୩; ଖୋର୍ଦ୍ଧାରୁ ସର୍ବାଧିକ ୪୧୯, ଗଞ୍ଜାମରୁ ୨୪୬ ଜଣ ଆକ୍ରାନ୍ତ ଚିହ୍ନଟ

283

କନକ ବ୍ୟୁରୋ: ଆଜି ରାଜ୍ୟରେ ପୁଣି ୨୨ ଶହ ୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୧୪ ଶହ ୧୬ ଜଣ ଥିବା ବେଳେ ୮୨୩ ଜଣ ଲୋକାଲ କଂଟାକ୍ଟ ଅଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪ ହଜାର ୫୩୩ରେ ପହଚିଂଛି ।

ତେବେ ୨୯ ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ନୂଆ ୨୨ ଶହ ୩୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମରୁ ୨୪୬, କନ୍ଧମାଳରୁ ୯୦, ରାୟଗଡାରୁ ୧୨୦, ସୁନ୍ଦରଗଡରୁ ୬୪, ଭଦ୍ରକରୁ ୭୩ ଓ ବାଲେଶ୍ୱରରୁ ୧୩୦ ଜଣ, କଟକରୁ ୧୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ୬, ବରଗଡରୁ ୫୧, ବଲାଙ୍ଗୀରରୁ ୬୬, ବୌଦ୍ଧରୁ ୫୩, ଢେଙ୍କାନାଳରୁ ୩୬, ପୁରୀରୁ ୪୦ଜଣ, ମାଲକାନଗିରିରୁ ୫୫ ଜଣ, ମୟୁରଭଂଜରୁ ୮୦ଜଣ, କଳାହାଂଡିରୁ ୨୧ ଜଣ,ଗଜପତିରୁ ୪୨ ଜଣ, ସମ୍ବଲପୁରରୁ ୫୩ ଜଣ, କୋରାପୁଟରୁ ୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଯାଏ ୪୩ ହଜାର ୭୭୯ ଜଣ ସୁସ୍ଥ ହୋଇଥିବା ବେଳେ ୨୦ ହଜାର ୩୩୯ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।