ରେକର୍ଡ ଭାଙ୍ଗୁଛି କରୋନା ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା: ଆଜି ପୁଣି ସାରା ଓଡିଶାରୁ ୧୯୭୭ ନୂଆ ଆକ୍ରାନ୍ତ ଚିହ୍ନଟ; ସଙ୍ଗରୋଧରୁ ୧୨୪୧ ଓ ସ୍ଥାନୀୟ ସଂକ୍ରମଣରୁ ୭୩୬

Advertisment
ରେକର୍ଡ ଭାଙ୍ଗୁଛି କରୋନା ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା: ଆଜି ପୁଣି ସାରା ଓଡିଶାରୁ ୧୯୭୭ ନୂଆ ଆକ୍ରାନ୍ତ ଚିହ୍ନଟ; ସଙ୍ଗରୋଧରୁ ୧୨୪୧ ଓ ସ୍ଥାନୀୟ ସଂକ୍ରମଣରୁ ୭୩୬

କନକ ବ୍ୟୁରୋ: ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ଆଉ ୧୯ ଶହ ୭୭ କରୋନା ପଜଟିଭି ଚିହ୍ନଟ ହୋଇଛନ୍ତି । ସାରା ଓଡିଶାରୁ ଆଜି ପୁଣି ୧୯୭୭ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୨ ଶହ ୪୧ ଓ ସ୍ଥାନୀୟ ସଂକ୍ରମଣରୁ ୭୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଲଗାତାର ଭାବେ ଗଞ୍ଜାମକୁ ଟପିଚାଲଛି ଖୋର୍ଦ୍ଧା । ତେବେ ଖୋର୍ଧାରୁ ଆଜି ୩୩୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଂଜାମରୁ ୨୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି କଟକରେ ୧୦୧, ସୁନ୍ଦରଗଡରେ ୮୮ ଓ କନ୍ଧମାଳରେ ୬୦ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୨, ବାଲେଶ୍ୱରରୁ ୫୬, ବରଗଡରୁ ୨୨, ଭଦ୍ରକରୁ ୧୧୮, ବଲାଙ୍ଗିରରୁ ୭, ବୌଦ୍ଧରୁ ୫, ଦେବଗଡରୁ ୨, ଢେଙ୍କାନାଳରୁ ୪୦, ଗଜପତିରୁ ୯୩, ଗଜତସିଂହପୁରରୁ ୩୪, ଯାଜପୁରରୁ ୬୯, ଝାରସୁଗୁଡାରୁ ୧୧, କଳାହାଣ୍ଡିରୁ ୪୮, କେନ୍ଦ୍ରପଡାରୁ ୬, କେନ୍ଦୁଝରରୁ ୧୦, କୋରାପୁଟରୁ ୯୦, ମାଲକାନଗିରିରୁ ୫୨, ମୟୂରଭଂଜରୁ ୧୨୦, ନବରଙ୍ଗପୁରରୁ ୧୭, ନୟାଗଡରୁ ୭୫, ନୂଆପଡାରୁ ୭୫, ପୁରୀରୁ ୮୩, ରାୟଗଡାରୁ ୭୦, ସମ୍ବଲପୁରରୁ ୫୯ ଏବଂ ସୋନପୁରରୁ ୭ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୪ ହଜାର ୬୩୦କୁ ବୃଦ୍ଧି ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe