ଉପରମୁହାଁ ହେଉଛି କରୋନା ଗ୍ରାଫ: ରାଜ୍ୟରେ ଆଜି ଆଉ ୧୭ ଶହ ୩୪ ପଜିଟିଭ; ଦିନିକିଆ ଆକ୍ରାନ୍ତରେ ଗଂଜାମକୁ ଟପିଲା ଖୋର୍ଦ୍ଧା, ୨୪ ଘଂଟାରେ ଜିଲ୍ଲାରେ ୩୪୨ ନୂଆ ଆକ୍ରାନ୍ତ

761

କନକ ବ୍ୟୁରୋ: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ମହାମାରୀ । ରାଜ୍ୟରେ ଆଜି ପୁଣି ୨୯ ଜିଲ୍ଲାରୁ ୧୭୩୪ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦୭୫ ଜଣ ଆକ୍ରାନ୍ତ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୬୫୯ ଜଣ ଆକ୍ରାନ୍ତ ହେଉଛନ୍ତି ସ୍ଥାନୀୟ ଅଂଚଳର । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୫ ହଜାର ୯୨୭କୁ ବୃଦ୍ଧି ପାଇଛି ।

ଆଜି ରାଜ୍ୟରୁ ପୁଣି ୧୭୩୪ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଂଟିନ୍ କେନ୍ଦ୍ରରୁ ଏକ ହଜାରେ ୭୫ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଂଟାକ୍ଟ ୬୫୯ଜଣ ଚିହ୍ନଟ ହୋଇଛନ୍ତି । ୨୯ଟି ଜିଲ୍ଲାରୁ ୧୭୩୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ୩୪୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗଂଜାମରୁ ୨୨୨ଜଣ, କଟକରୁ ୧୭୭ଜଣ, ସୁନ୍ଦରଗଡ଼ରୁ ୧୨୬ଜଣ, ନୟାଗଡ଼ରୁ ୧୦୬ଜଣ ଗଜପତିରୁ ୮୫ଜଣ, ପୁରୀରୁ ୫୫ଜଣ କୋରାପୁଟରୁ ୬୦ଜଣ, ମାଲକାନାଗିରିରୁ ୫୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି କନ୍ଧମାଳରୁ ୫୯ଜଣ,  ମୟୁରଭଂଜରୁ ୩୫ଜଣ ଯାଜପୁରରୁ ୩୮ଜଣ କଳାହାଣ୍ଡିରୁ ୨୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫ହଜାର ୯୨୭ ହୋଇଥିବା ବେଳେ ସୋମାନଙ୍କ ମଧ୍ୟରୁ ୩୦ହଜାର ୨୪୧ଜଣ ସୁସ୍ଥ ହୋଇଘରକୁ ଫେରିଛନ୍ତି । ୧୫ହଜାର ୩୬୫ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ।