ସାରା ଓଡିଶାରୁ ୩୯୧୩ ପଜିଟିଭ: ରାଜ୍ୟର ୧୭ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ଶହେ ଉପରେ; ଖୋର୍ଦ୍ଧାରୁ ସର୍ବାଧିକ ୫୫୬, କଟକରୁ ୩୮୨ ଏବଂ ପୁରୀରୁ ୨୧୨ ଚିହ୍ନଟ

337

କନକ ବ୍ୟୁରୋ: ସାରା ରାଜ୍ୟରୁ ଆଜି ପୁଣି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ । ଆଜି ରାଜ୍ୟର ୩୦ ଜିଲ୍ଲାରୁ ୩ ହଜାର ୯୧୩ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୮୦୭କୁ ବୃଦ୍ଧି ପାଇଛି । ୧୦ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦେଇଛନ୍ତି ।  ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଶହ ୪୮ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୫ ଶହ ୬୫ ହେଉଛନ୍ତି ସ୍ଥାନୀୟ ଅଂଚଳର । ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୭ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଉପରେ ରହିଛି ।