କନକ ବ୍ୟୁରୋ: ଆଜି ରାଜ୍ୟରେ ଯେଉଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତାଙ୍କ ସଂପର୍କରେ ତଥ୍ୟ ଦେଲେ ରାଜ୍ୟ ସରକାର। ସଂପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର ଗଞ୍ଜାମ ଜିଲ୍ଲାରେ ଏବଂ ତାଙ୍କର ବୟସ ୧୮ ବର୍ଷ। ସେ ଜଣେ ସୁରତ ଫେରନ୍ତା ଯୁବକ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଯୁବକ ସରକାରୀ ସଙ୍ଗରୋଧରେ ଥିଲେ। ସେ କାହା ସଂସ୍ପର୍ଶରେ ଆସିଥିଲେ, ସେ ନେଇ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ଏଯାଏଁ ତିନିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
First Health Update, 5th May
One positive in Ganjam
18 yr Male
(Surat returnee. In Govt quarantine)Contact tracing and follow-up action is being done.
Tota Covid19 Positive Case :170
— I & PR Department, Odisha (@IPR_Odisha) May 5, 2020
ଯାଜପୁରରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୫୨ରେ ପହଁଚିଥିବା ବେଳେ ଖୋର୍ଧାରେ ୪୭, ବାଲେଶ୍ୱର ଓ ଭଦ୍ରକରେ ୨୧ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇିଛନ୍ତି । ରାଜ୍ୟରେ ଏବେ ଆକ୍ଟିଭ୍ କରୋନା କେସ୍ ୧୦୯କୁ ବୃଦ୍ଧି ହୋଇଛି । ୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେପଟେ ସୋମବାର କେତେ ସଂଖ୍ୟକ ନମୂନା ପରୀକ୍ଷା ହୋଇଛି ତାହାର ତଥ୍ୟ ଦେଇଛନ୍ତି ସରକାର । ସୋମବାର ରାଜ୍ୟରେ ସର୍ବାଧିକ ସଂଖ୍ୟାକ ୩୫୩୫ଟି ନମୂନା ପରୀକ୍ଷା ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ନମୂନା ପରୀକ୍ଷା ସଂଖ୍ୟା ୪୪ ହଜାର ୬୬୩କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ ୧୭୦ଟି ନମୂନା ପଜିଟିଭ୍ ଆସିଛି ।