ରାଜ୍ୟରେ କମୁଛି ସଂକ୍ରମଣ ହେଲେ କମୁନି ମୃତ୍ୟୁ ସଂଖ୍ୟା: ଗତ ୨୪ ଘଂଟାରେ ୭୫୩ ଆକ୍ରାନ୍ତ, ୧୭ ମୃତ; ସଂଗରୋଧରୁ ୪୩୪, ସ୍ଥାନୀୟ ଅଂଚଳରୁ ୩୧୯ ସଂକ୍ରମିତ ଚିହ୍ନଟ

198

କନକ ବ୍ୟୁରୋ: ରାଜ୍ୟରେ କମୁଛି କରୋନା ସଂକ୍ରମଣ ହେଲେ କମୁନି ମୃତ୍ୟୁ ସଂଖ୍ୟା । ଗତ ୨୪ଘଂଟାରେ ୭୫୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୪୩୪ ଜଣ ଥିବା ବେଳେ ସ୍ଥାନୀୟ ଅଂଚଳରୁ ୩୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୭୫ଜଣ, ଖୋର୍ଦ୍ଧାରୁ ୭୪ଜଣ, କଟକରୁ ୪୧ ଜଣ, କଳାହାଣ୍ଡି, ଅନୁଗୁଳରୁ ୪୭ ଜଣ, ନୂଆପଡ଼ାରୁ ୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ସଂକ୍ରମଣକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୩ଲକ୍ଷ ୮ ହଜାର ୬୫୯ରେ ପହଂଚିଛି । କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୨ଲକ୍ଷ ୯୬ ହଜାର ୫୧୬ଜଣ ।  ଏବେବି କରୋନାରେ ଚିକିତ୍ସିତ ହେଉଛନ୍ତି ୧୦ ହଜାର ୫୬୩ ଜଣ ସେପଟେ ୨୪ ଘଂଟାରେ ୧୭ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧୫ଶହ ୨୭ରେ ପହଂଚିଛି ।