ରାଜ୍ୟରେ ପୁଣି ବଢିଲା କରୋନା ସଂକ୍ରମଣ : ୨୪ଘଣ୍ଟା ମଧ୍ୟରେ ୭ହଜାର ୪୨୬ ନୂଆ ଆକ୍ରାନ୍ତ ଚିହ୍ନଟ

141

କନକ ବ୍ୟୁରୋ : ରାଜ୍ୟରେ ପୁଣି ବଢିଲା କରୋନା ସଂକ୍ରମଣ । ୨୪ଘଣ୍ଟା ମଧ୍ୟରେ ୭ହଜାର ୪୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ବର୍ଗର ୮୬୭ ପଜିଟିଭ ଚିହ୍ନଟ । ସେହିଭଳି ସଙ୍ଗରୋଧରୁ ୪୩୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୧୨୦ ଜଣ । ଖୋର୍ଦ୍ଧାରୁ ସର୍ବାଧିକ ୧୯୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳ ୧୦୯, ବାଲେଶ୍ୱର ୪୯୬, ବରଗଡ ୧୩୪, ଭଦ୍ରକ ୧୦୦, ବଲାଙ୍ଗୀର ୨୦୭, ବୌଦ୍ଧ ୯୮, କଟକ ୫୪୮, ଦେବଗଡ ୨୫, ଢେଙ୍କାନାଳ ୩୭, ଗଜପତି ୯୯, ଗଞ୍ଜାମ ୩୪, ଜଗତସିହପୁର ୧୨୯, ଯାଜପୁର ୧୫୨, ଝାରସୁଗୁଡା ୪୫, କଳାହାଣ୍ଡି ୧୮୮, କନ୍ଧମାଳ ୧୨୩, କେନ୍ଦ୍ରାପଡା ୮୪, କେନ୍ଦୁଝର ୧୩୬, କୋରାପୁଟ ୧୫୯, ମାଲକାନଗିରି ୬୭, ମୟୂରଭଞ୍ଜ ୧୬୬, ନବରଙ୍ଗପୁର ୧୧୭, ନୟାଗଡ ୨୪୫, ନୂଆପଡା ୧୯୧, ପୁରୀ ୧୦୬, ରାୟଗଡା ୧୩୧, ସମ୍ବଲପୁର ୧୬୦, ସୋନପୁର ୨୧୨, ସୁନ୍ଦରଗଡ ୭୭୮ ଓ ଷ୍ଟେଟପୋଲରୁ ୩୯୧ ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ରାଜ୍ୟରେ ସୁସ୍ଥତା ସଂଖ୍ୟା ୧୦ହଜାର ୨୪୪ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୪ ହଜାର ୫୧୨ ଜଣ । ଅନ୍ୟ ପକ୍ଷରେ ରାଜ୍ୟରେ ୧୦ଜଣଙ୍କ ଜୀବନ ନେଇଛି କରୋନା ।