୨୩ ଜିଲ୍ଲାରୁ ୬୭୩ ପଜିଟିଭ ଚିହ୍ନଟ: ଟେନସନ ବଢାଉଛି ଗଞ୍ଜାମ, ଆଜି ପୁଣି ସର୍ବାଧିକ ୨୩୯ ମାମଲା; ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ଟପିଲା

3,482

କନକ ବ୍ୟୁରୋ: ଆଜି ରାଜ୍ୟରେ ୬୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ  ୪୪୬ଜଣ ଥିବା ବେଳେ ଲୋକାଲ କଂଟାକ୍ଟ ୨୨୭ ଜଣ । ଆଜି ୬୭୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ  ଗଂଜାମରୁ ସର୍ବାଧିକ ୨୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୩୬, ଗଜପତିରୁ୧୫, କୋରାପୁଟରୁ ୪୧, କଟକରୁ ୩୨, ବାଲେଶ୍ୱରର ୧୩, ମାଲକାନଗିରିରୁ ୪, ମୟୂରଭଂଜରୁ ୧, ଯାଜପୁରରୁ ୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାଗଡରୁ ୪, ପୁରୀରୁ ୪, ଅନୁଗୁଳରୁ ୪ ଜଣ ପଟିଜିଭ୍ ଆସିଛନ୍ତି ।

ସେହିପରି ବରଗଡରୁ ୨୨, ଭଦ୍ରକରୁ ୫୮, ଢେଙ୍କାନାଳରୁ ୧୦, ଝାରସୁଗୁଡାରୁ ୧୪, କନ୍ଧାମାଳରୁ ୪୪, କେନ୍ଦ୍ରାପଡାରୁ ୪, କେନ୍ଦୁଝରରୁ ୨୪, ସମ୍ବଲପୁରରୁ ୩, ସୋନପୁରରୁ ୪ ଏବଂ ସୁନ୍ଦରଗଡରୁ ୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଏହା ସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ଅତିକ୍ରମ କରିଛି । ରାଜ୍ୟରେ ଏବେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୮ ହଜାର ୧୧୦ ରେ ପହଚିଂଛି । ଏଯାଏ ୫ ହଜାର ୫୩୩ ସକ୍ରିୟ ସଂକ୍ରମିତ ଥିବା ବେଳେ  ୧୨ହଜାର ୪୫୨ ଜଣ ସୁସ୍ଥ ହୋଇଛନ୍ତି ।