ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଂଟାରେ ୬୭୧ ନୂଆ ଆକ୍ରାନ୍ତ ଚିହ୍ନଟ

Advertisment
ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଂଟାରେ ୬୭୧ ନୂଆ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ : ରାଜ୍ୟରେ ୨୪ ଘଂଟାରେ ୬୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରୁ ଶୁନରୁ ୧୮ ବର୍ଷ ଭିତରେ ୧୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୯୩ ଜଣ  ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୭୮ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  ।

ଅନୁଗୁଳ ୨୨, ବାଲେଶ୍ୱର ୧୨, ବରଗଡ୧୬, ଭଦ୍ରକ ୭, ବଲାଙ୍ଗୀର ୭, ବୌଦ୍ଧ ୧୬, କଟକ ୩୧, ଦେବଗଡ ୬, ଢେଙ୍କାନାଳ ୫, ଗଜପତି ୨୭, ଗଞ୍ଜାମ ୧୧, ଜଗତସିଂହପୁର ୧୨, ଯାଜପୁର ୪୭, ଝାଗସୁଗୁଡା ୨୦, କଳାହାଣ୍ଡି ୧୧, କନ୍ଧମାଳ ୧୩, କେନ୍ଦୁଝର ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ୭ହଜାର ୮୫୫ ସକ୍ରିୟ ସଂକ୍ରମିତ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe