ଆଜି ରାଜ୍ୟରେ ଆଉ ୬୧୮ ନୂଆ ପଜିଟିଭ୍: ଗଂଜାମରୁ ସର୍ବାଧିକ ୨୮୬ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୧୦୭ ଠାବ; ସଂଗରୋଧ କେନ୍ଦ୍ରରୁ ୪୧୧, ସ୍ଥାନୀୟ ଅଂଚଳରୁ ୨୦୭ ଆକ୍ରାନ୍ତ ଚିହ୍ନଟ

693

କନକ ବ୍ୟୁରୋ: ଗତ ୨୪ ଘଂଟାରେ ରାଜ୍ୟରେ ୬୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୧୧ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୨୦୭ ଜଣ ଆକ୍ରାନ୍ତ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି ସ୍ତେବେ ରାଜ୍ୟର ୨୨ ଜିଲ୍ଲାରୁ ଏହି ୬୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ଆଜି ମଧ୍ୟ ଗଂଜାମ ଜିଲ୍ଲାରୁ ରହିଛନ୍ତି ସର୍ବାଧିକ ଆକ୍ରାନ୍ତ ।

ଗଂଜାମରୁ ସର୍ବାଧିକ ୨୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଧାରୁ ୧୦୭, କଟକରୁ ୧୬, ରାୟଗଡାରୁ ୧, ମୟୂରଭଂଜରୁ ୨୧, କେନ୍ଦୁଝରରୁ ୫ ଜଣ, ସୁନ୍ଦରଗଡରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଜଗତସିଂହପୁରରୁ ୨୬, କେନ୍ଦ୍ରାପଡାରୁ ୯, ବାଲେଶ୍ୱରରୁ ୬୧, ବୌଦ୍ଧରୁ ୭, ଝାରସୁଗୁଡାରୁ ୧, ପୁରୀରୁ ୫, ନୟାଗଡରୁ ୧୫, ମାଲକାନଗିରି ୧୩, ଯାଜପୁରରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୪ ହଜାର ୮୯୮କୁ ବୃଦ୍ଧି ହୋଇଛି । ୪ ହଜାର ୯୩୩ ଜଣ ଆକ୍ଟିଭ୍ ଆକ୍ରାନ୍ତ ଥିବା ବେଳେ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଲେଣି ୯ ହଜାର ୮୬୪ ଜଣ । ଗତ ୨୪ ଘଂଟାରେ ୬୦୯ଜଣ ସୁସ୍ଥ ହେବା ପରେ ଏହି ସଂଖ୍ୟା ୯ ହଜାର ଅତିକ୍ରମ କରିଛି ।